ଜଟଣୀ: ସ୍ଥାନୀୟ ଥାନା ଅଞ୍ଚଳରେ ଜୋରଦାର ଚାଲିଛି ବ୍ରାଉନସୁଗର କାରବାର । ସହରରୁ ଗ୍ରାମାଞ୍ଚଳ ଚାରିଆଡ଼େ ମାଡ଼ିଗଲାଣି ଏହି ଧଳାଜହର । ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ନିଶାଡ଼ିଙ୍କ ଉତ୍ପାତରେ ଲୋକେ ଅତିଷ୍ଠ ହୋଇପଡ଼ିଲେଣି । ଥାନାକୁ ଜଣାଇଲେ ମଧ୍ୟ ନିଶା ବେପାରୀ କିମ୍ବା ନିଶାଡ଼ିଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି । ତେଣୁ ସାମାଜିକ ପରିବେଶ ନଷ୍ଟ ହେବାକୁ ବସିଲାଣି । ଏନେଇ ଚିନ୍ତା ପ୍ରକଟ କରିବା ସହ ସ୍ଥାନୀୟ ଖୁଦୁପୁର ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇ ନିଶା କାରବାର ବନ୍ଦ କରିବାକୁ ଦାବି କରିଛନ୍ତି ।

ନିଶା ବେପାରୀ ଓ ନିଶାଡ଼ିଙ୍କ ଉତ୍ପାତରେ ସନ୍ଧ୍ୟା ପରେ ଗ୍ରାମର ମହିଳାମାନେ ବାହାରକୁ ବାହାରିବାକୁ ଭୟ କରୁଥିବା ସେମାନେ କହିଛନ୍ତି । ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ନିଶାଡ଼ିମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ନିଶା କାରବାର ଚାଲିବା ଦ୍ୱାରା ଗାଁ ଛକରେ ଅସାମାଜିକ ଯୁବକମାନଙ୍କ ଆଡ୍ଡା ଜମୁଛି । ସେମାନେ ଝିଅ ବୋହୂଙ୍କୁ ବାଟରେ ଘାଟରେ କମେଣ୍ଟ ମାରୁଛନ୍ତି । ବିରୋଧ କଲେ ନିଶା ବେପାରୀ ଧମକ ଦେଉଛନ୍ତି । ତେଣୁ ନିଶା ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବିପତ୍ର ଦେଇଛନ୍ତି ।

ଏହାସହ ପଢ଼ନ୍ତୁ : ପରକୀୟା ପ୍ରୀତିରୁ ହତ୍ୟା ଘଟଣା: ସ୍ବାମୀଙ୍କ ଶବ ସତ୍କାର ପାଇଁ ଦୁଇ ପତ୍ନୀଙ୍କ ମଧ୍ୟରେ ହାଇଡ୍ରାମା