ରାଉରକେଲା,୧୬।୬ : ଷ୍ଟିଲ ସିଟିରେ ବିଭତ୍ସ ହତ୍ୟାକାଣ୍ଡ। ସାମାନ୍ୟ କଥାରୁ ଯୁବକଙ୍କ ଗଳାକାଟି ହତ୍ୟା। ସଂଘବଦ୍ଧ ଆକ୍ରମଣ କରି ଜଣେ ଯୁବକଙ୍କୁ ଖଣ୍ଡାରେ ଗଳାକାଟି ହତ୍ୟା କରାଯାଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।ଏହି ଘଟଣା ରାଉରକେଲାର ସେକ୍ଟର-୭ ଥାନା ଅନ୍ତର୍ଗତ ଗଞ୍ଜାମ ପଲ୍ଲୀ ଅଞ୍ଚଳରେ ଘଟିଛି। ମୃତକଙ୍କ ଜଣକ ହେଲେ ତୋଫାନ ବିନ୍ଧାଣୀ । ଆକ୍ରମଣରେ ଗୁରୁତର ହୋଇଥିବା ଶୁଭେନ୍ଦୁ ସାହୁଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ସାମାନ୍ୟ କଥାକୁ ନେଇ କଥା କଟାକଟି ହୋଇଥିଲା। ବଚସା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା। ପରେ କିଛି ଦୁର୍ବୃତ୍ତ ଖଣ୍ଡା ସହ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତୋଫାନ ବିନ୍ଧାଣୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ ଶୁଭେନ୍ଦୁ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସେକ୍ଟର-୭ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।
ଆହୁରି ପଢନ୍ତୁ : ରାଜଧାନୀରେ ସିରିଜ୍ ଦୁର୍ଘଟଣା : ଏକାଧିକ ଗାଡିକୁ ଧକ୍କା ଦେଲା ଏସୟୁଭି