ଜହ୍ନlପଙ୍କ, ୧୪/୧୨: ବୌଦ୍ଧ ଥାନା ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣ ନଗର ସାପ୍ତାହିକ ହାଟ ନିକଟରେ କାନ୍ଥକୁ ବୁଲେଟ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଖୁଣ୍ଟବନ୍ଧ ପଞ୍ଚାୟତ ବାଲିଦୋହଲି ଗ୍ରାମର ସୁଜନ ମହାକୁଡ।

ଖୁଣ୍ଟବନ୍ଧ ପଞ୍ଚାୟତ ବାଲିଦୋହଲି ଗ୍ରାମର ସୁଜନ ମହାକୁଡ ଓ ତାଙ୍କ ସମ୍ପର୍କୀୟ ରାମଗଡ଼ ଗ୍ରାମ ପଞ୍ଚାୟତ ମହୀବାହାଲ୍ ଗ୍ରାମର ଆକାଶ ପାତ୍ର ଏକ ବୁଲେଟ ଯୋଗେ ଚାରିଶମ୍ଭୁ ପଟରୁ ଜନ୍ହାପଙ୍କ ଆଡକୁ ଆସୁଥିଲେ। ଏହି ସମୟରେ ହାଟପଦା ନିକଟ ଡାହାଣ ପାର୍ଶ୍ୱରେ ଗୌତମ ମେହେରଙ୍କ ଘର କାନ୍ଥକୁ ବୁଲେଟ ଧକ୍କା ଦେଇ ଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜହ୍ନlପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରୁ ବୌଦ୍ଧ ଡାକ୍ତର ଖାନା ପଠାଇ ଥିଲେ । ଡାକ୍ତର ସୁଜନଙ୍କୁ ମୃତ ଘୋଷଣା କରିଥିଲେ ଓ ପ୍ରାଥମିକ ଚିକିତ୍ସl ପରେ ଆକାଶଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି  ଜନ୍ହାପଙ୍କ ଫାଣ୍ଡି ପୋଲିସ ବୁଲେଟକୁ ଓ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।