ଖଜୁରୀପଡ଼ା ୨୧। ୭(ଆପ୍ର) ; ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତିମେଣ୍ଡୀ ପଞ୍ଚାୟତର ସମ୍ବରଡେଗା ଠାରେ ସୋମବାର ଅପରାହ୍ନରେ ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।ମୃତକ ଜଣଙ୍କ ହେଲେ ଦଶପଲ୍ଲା ଜରିପାଟଣା ଗାଁର ପ୍ରଭାତ କୁମାର ସାହୁ (୪୦)। ଆହତମାନେ ହେଲେ ଜ୍ୟୋତି ରଞ୍ଜନ ଘଡେ଼ଇ ଏବଂ ସିଦ୍ଧେଶ୍ୱର ସାହୁ ।
ଏହି ତିନି ଜଣ ଏକ ବୁଲେଟ ଯୋଗେ ଦଶପଲ୍ଲାରୁ ଫୁଲବାଣୀ ଆଡକୁ ଯାଉଥିବା ସମୟରେ ସମ୍ବରଡେଗା ଠାରେ ଅନ୍ୟ ଏକ ବାଇକ ଦ୍ରୁତ ଗତିରେ ଆସି ସେମାନଙ୍କୁ ଅତିକ୍ରମ କରିବା ବେଳେ ଧକ୍କା ଦେଇଥିଲା। ଖବର ପାଇ ଘଟଣା ସ୍ଥଳରେ ପୁଲିସ ସମେତ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ମାନଙ୍କୁ ପ୍ରଥମେ ଖଜୁରୀପଡ଼ା ମେଡିକାଲ ପରେ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ପ୍ରଭାତଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି।