ଭୁବନେଶ୍ବର,୩।୬ : ଭୁବନେଶ୍ବର ପୋଖରୀପୁଟ ଲିଙ୍ଗରାଜ ବିହାରରେ ଅଘଟଣ। ପୁରୁଣା ଘର ଭାଙ୍ଗିବା ବେଳେ ଭୁଶୁଡିଲା ଛାତ । ଭଙ୍ଗା ସ୍ଲାବ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଉଛନ୍ତି ବାଲେଶ୍ବର ଜିଲ୍ଲାର ଧରଣୀ ଧର ଦତ୍ତ । ଆହତମାନେ ହେଉଛନ୍ତି ଏସ. କେ. ଅବଦୁଲ ଓ ଶିଶିର ଦତ୍ତ ।
ଭୁବନେଶ୍ବର ପୋଖରୀପୁଟ ଲିଙ୍ଗରାଜ ବିହାରରେ ଏକ ପୁରୁଣା ଘର ଭଙ୍ଗା ଯାଉଥିଲା। ଏହି ସମୟରେ ହଠାତ ଘରର ଛାତ ଭୁଶୁଡି ପଡିଥିଲା। ଭଙ୍ଗା ସ୍ଲାବ ତଳେ ୩ ଜଣ ଶ୍ରମିକ ଚାପି ହୋଇ ରହିଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ସ୍ଲାବ ତଳୁ ୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ୍ କମିଶନର।