କୁଜଙ୍ଗ, ୨୨/୧୦: ଜଗତସିଂହପୁର ଜିଲ୍ଲା କୃଷ୍ଣାନନ୍ଦପୁର ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ପାଇକା ନଦୀରେ ୩ ଜଣ ଯୁବକ ଗାଧୋଉ ଥିବା ବେଳେ ପ୍ରଖର ଜଳ ସ୍ରୋତରେ ଭାସି ଯାଇ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଜଣ ଯୁବକ ନିଖୋଜ ଅଛନ୍ତି । ମୃତକଙ୍କ ପରିଚୟ ମିଳି ନାହିଁ। ମୃତଦେହକୁ ବ୍ୟବଛେଦ ପାଇଁ ରଘୁନାଥପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ କୃଷ୍ଣାନନ୍ଦପୁର ପୋଲିସ ଓ ତିର୍ତ୍ତୋଲ ଅଗ୍ନିଶମ ଅଧିକାରୀ ପହଞ୍ଚି ନିଖୋଜ ଥିବା ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର ନିମନ୍ତେ କାର୍ଯ୍ୟ ଜାରୀ ରଖିଛନ୍ତି।