ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବାଇକ୍ ଉପରେ ଚଢିଗଲା ବସ : ଜଣେ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

Published By : Suraj Kumar | May 8, 2025 4:09 PM

ପାରାଦୀପ,୮।୫ :  ପାରାଦୀପ ତାରେଣୀଗଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ ଉପରେ ଚଢିଗଲା ବସ। ଏଥିରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପାରାଦୀପ ବନ୍ଦରରେ ଇଲେକ୍ଟ୍ରିକାଲ ଡିଭିଜନରେ ଶ୍ରମିକ ଭାବରେ କାଯ୍ୟ କରୁଥିବା ଅଜିତ ହେମ୍ବ୍ରମ।

ମୟୂରଭଞ୍ଜ ଜିଲ୍ଲାର ଅଜିତ ହେମ୍ବ୍ରମ ପାରାଦୀପ ବନ୍ଦରରେ ଇଲେକ୍ଟ୍ରିକାଲ ଡିଭିଜନରେ ଶ୍ରମିକ ଭାବରେ କାଯ୍ୟ କରନ୍ତି।ଗୁରୁବାର ଅପରାହ୍ନରେ ଅଜିତ କାର୍ଯ୍ୟସାରି ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ କମ୍ପାନୀର ଏକ ଘରୋଇ ବସ ଅଜିତଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣା ସ୍ଥଳରେ ଅଜିତଙ୍କ ମୃତ୍ୟୁ ହୋଇଥିଲା । ତେବେ କ୍ଷତି ପୂରଣ ଦାବୀରେ ଉତ୍ତ୍ୟକ୍ତ ଲୋକେ କଟକ-ପାରାଦୀପ ରାସ୍ତା ଅବରୋଧ କରିଥିଲେ।ଫଳରେ  ରାସ୍ତା ର ପାର୍ଶ୍ଵରେ ଯାନବାହନ ଗୁଡିକ ଅଟକି ରହିଛି। ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.