ଆନନ୍ଦପୁର,୦୩/୦୪:  କେନ୍ଦୁଝରର ଆନନ୍ଦପୁର ଥାନା କଣ୍ଟିପାଳ ଗାଁରେ  ଅଘଟଣ । ବିଦ୍ୟୁତ୍ ଆଘାତରେ ଜଣେ ମୃତ । ମୃତକ ଜଣକ  ରବୀନ୍ଦ୍ର କୁମାର ପାତ୍ର ବୋଲି ଜଣାପଡ଼ିଛି । 

ଏହୀ ମଧ୍ୟ ପଢନ୍ତୁ- ଯାତ୍ରା ପାଇଁ ମାଆଙ୍କୁ ନିମନ୍ତ୍ରଣ ଦେଲେ ଦେଶୀ ବେହେରା

ସୂଚନା ମୁତାବକ, ଆନନ୍ଦପୁର ଥାନା କଣ୍ଟିପାଳ ଗାଁରେ ବକେୟା ପାଉଣା ନମିଳିବାରୁ ବିଦ୍ୟୁତ ବିଭାଗ ବିଦ୍ୟୁତ ସରବରହ ବନ୍ଦ କରିଥିଲା । ଏନେଇ  ଘରକୁ ବିଦ୍ୟୁତ ସଂଯୋଗ ପାଇଁ ନିଜେ ଘର ମାଲିକ ରବୀନ୍ଦ୍ର କୁମାର ପାତ୍ର  ବିଦ୍ୟୁତ ସଂଯୋଗ କରିବା ଖୁଣ୍ଟରେ ଚଢିଥିଲେ । ଫଳରେ ସେହି ସମୟରେ ବିଦ୍ୟୁତ ଆଘାତ ପାଇଥିଲେ ।ଏନେଇ ତୁରନ୍ତ ପରିବାର ପକ୍ଷରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ  ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।