ତିଗିରିଆ,୧୫/୬- ପୋଖରୀରେ ବୁଡି ଅକାଳ ରେ ଚାଲିଗଲା ଜୀବନ  lଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଙ୍କି ଥାନା ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମ ରେ l ମୃତକ ହେଉଛନ୍ତି ଏହି ଗ୍ରାମର  ଗୋବିନ୍ଦ ଚନ୍ଦ୍ର ନାୟକ (୫୫)

ରବିବାର ପୂର୍ବାହ୍ନରେ  ଗ୍ରାମ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଯାଇଥିଲେ l ସ୍ଥାନୀୟ ଲୋକେ ଖୋଜି ଥିଲେ ମଧ୍ୟ ପାଇ ନଥିଲେ । ଏନେଇ ତିଗିରିଆ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା l ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ପାଣି ଭିତରୁ ଉଦ୍ଧାର କରି  ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ  ଭର୍ତ୍ତି କରିଥିଲେ।  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ  ପୁଲିସ  ଡାକ୍ତରଖାନାରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।