ଝରିଗାଁ, ୧୮।୧୨ : ଝରିଗାଁ ଥାନା ଅଧୀନ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମ ନିକଟରେ ଗଛରେ ବାଇକ ପିଟି ହେବାରୁ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭାଲୁ କନାଡ଼ି ଗ୍ରାମର କୁଶ ଭତ୍ରା(୩୮)।
ଭାଲୁ କନାଡ଼ି ଗ୍ରାମର କୁଶ ଭତ୍ରା(୩୮) ନିଜ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଯୋଗୁଁ ବାଇକ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦେଖିବା ପାଇଁ ଯାଇଥିଲେ।ସନ୍ଧ୍ୟା ସମୟରେ ନିଜ ଘରକୁ ଫେରିବା ସମୟରେ ସାଢ଼େ ପାଞ୍ଚ ଘଣ୍ଟା ସମୟରେ ଗୌଡ଼ଗୁଡ଼ା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟି ହୋଇଯାଇଥିଲେ।ଫଳରେ ଘଟଣା ସ୍ଥଳରେ କୁଶ ଭତ୍ରାଙ୍କ ମୃତ୍ୟୁ ହୋଇ ଯାଇଥିଲା।ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦୁର୍ଘଟଣା ଦେଖି ଝରିଗାଁ ଅଗ୍ନି ଶମ ବିଭାଗକୁ ଖବର ଦେଇଥିଲେ।ଖବର ପାଇ ଝରିଗାଁ ପୋଲିସ ଟିମ୍ ସବ୍ ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ଦୋରା ଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମୃତ ଶରୀରକୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ।