ବୌଦ୍ଧ, ୩।୮ : ୫୭ ନଂ ଜାତୀୟ ରାଜପଥ ମନମୁଣ୍ଡା ଥାନା ଜମଟାଙ୍ଗୀ ବାଘ ସେତୁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ । ମୃତକ ଜଣକ ହେଲେ ସାହୁପଡ଼ା ଗ୍ରାମର ବିକାଶ ଦେହୁରୀ
ସୂଚନା ଅନୁଯାୟୀ ସାହୁପଡା ଗ୍ରାମର ବିକାଶ ଦେହୁରୀ ଏକ ବାଇକ ଯୋଗେ ବାଉଁଶୁଣୀ ଛକ ଆଡ଼କୁ ଆସୁଥିବା ବେଳେ ଅଁଳାପାଲି ରୁ ଏକ କାର ସୋନପୁର ଆଡକୁ ଯାଉଥିଲା। ଏହି ସମୟରେ ଜମଟାଙ୍ଗୀ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା | ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ବାଉଁଶୁନୀ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି କାର କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।