ସୋନପୁର,୨୦।୫ : ମାଟୁପାଲି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୃତ। କ୍ଷତିପୂରଣ ଏବଂ ରାସ୍ତା ମରାମତି ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ଅବରୋଧ l ମୃତକ ଜଣକ ହେଲେ ମୁକୁଟ କାଣ୍ଡୁଲାନା l
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ମୁକୁଟ ରାସ୍ତାରେ ଯାଉଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା l ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ରାସ୍ତା ମରାମତି ଦାବିରେ ଉତ୍ତ୍ୟକ୍ତ ଲୋକେ ମାଟୁପାଲି ନିକଟରେ ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି l ଫଳରେ ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଛି l ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି l