ଚିକିଟି,୬।୮ :  ନଦୀରେ ଗାଧୋଉଥିବା ବେଳେ ହଠାତ ବଜ୍ରପାତ ହେବାରୁ  ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ବିଏସଏଲଏନ ପୁର ଗ୍ରାମରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ ବାଇଲୁଡୁ ସେଠି (୩୨ । ଗୁରୁତର ଜଣକ ହେଲେ ଗଡ଼ଗୋବିନ୍ଦପୁର ଗ୍ରାମର ଜି. ଭାସ୍କର ।

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ବିଏସଏଲଏନ ପୁର ଗ୍ରାମର ବାଇଲୁଡୁ ସେଠି (୩୨) ଓ ଗଡ଼ଗୋବିନ୍ଦପୁର ଗ୍ରାମର ଜି. ଭାସ୍କର ନଦୀରେ ଗାଧୋଉଥିବା ବେଳେ  ବଜ୍ରପାତ ହୋଇଥିଲା।  ସେଠି ଉଭୟେ ଅଚେତ ହୋଇ ପଡିଯାଥିଇଲେ। ସ୍ଥାନୀୟ ଲୋକେ ଦେଖି ଉଭୟ କୁ ଉଦ୍ଧାର କରି   ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧନ ଅବସ୍ଥାରେ ବାଇଲୁଡୁଙ୍କ ମୃତ୍ୟୁ ଘଟିଥିଲା। ଭାସ୍କରକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ୠଜୁକରି କେ. ନୂଆଗାଁ ପୋଲିସ ଘଟଣାର  ତଦନ୍ତ କରୁଛି।