ଅନୁଗୁଳ,୨୨।୧ :  ବାହାଘର ପ୍ରସେସନରେ  ବାଣ ଫୁଟାଉଥିବା ବେଳେ ଅଘଟଣ । ବିସ୍ଫୋରଣ ଘଟି ଜଣେ ମୃତ ।  ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଗାଁରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି  ଜଣେ ବାଣ ଫୁଟାଳି । ତାଳଚେର ସନ୍ଥପଡା ଅଞ୍ଚଳରେ ତାଙ୍କ ଘର। 

ଗେଙ୍ଗୁଟିଆ ଗାଁରେ ଜଣେ ବ୍ୟକ୍ତିଙ୍କ ବାହାଘର ପ୍ରସେସନ ଚାଲିଥିଲା। ବରଯାତ୍ରୀ ହସ ଖୁସିରେ ବାଜା ବଜାଇ ନାଚି ନାଚି କନ୍ୟା ଘରକୁ ଯାଉଥିଲେ। ପ୍ରସେସନରେ ବାଣ ଫୁଟାଳୀ ବାଣ ଫୁଟାଉଥିଲେ । ହଠାତ ଅସାବଧାନତା ଯୋଗୁଁ ବାଣ ଫୁଟାଳିଙ୍କ ହାତରେ ବାଣ  ଫୁଟି ଯାଇଥିଲା। ଫଳରେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ରେଙ୍ଗାଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।