କଣ୍ଟାମାଳ, ୨୩।୧୦ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବୌଦ୍ଧ- କନ୍ଧମାଳ ସୀମାନ୍ତ କଣ୍ଟାମାଳ ଥାନା ଅନ୍ତର୍ଗତ ଲୁଇସିଂ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ହାଇଓ୍ବା ଗାଡି ପିକଅପ ଉପରେ ଚଢ଼ିଯିବାରୁ ଘଟଣା ସ୍ଥଳରେ ବୁଧବାର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। କିଛି ଆହତଙ୍କୁ କଣ୍ଟାମାଳ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ବଲାଙ୍ଗୀର ଓ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା l
କୁଚିଣ୍ଡାରୁ ଆଠ ଜଣ ଶ୍ରମିକ ବସ ଯୋଗେ କଣ୍ଟାମାଳ ଆସି ପହଁଚିଲା ପରେ ଏଠାରେ ହେଉଥିବା କାଳୀପୂଜା ଓ ମିନାବଜାରରେ ବୁଲାବୁଲି କରି ଥିଲେ l କଣ୍ଟାମାଳରୁ ଆଉ ତିନି ଜଣ ମିଶି ମାକ୍ସ ପିକଅପ ଗାଡ଼ିରେ ୧୧ଜଣ ଶ୍ରମିକ କାମ ପାଇଁ ଫୁଲବାଣୀ ପଟକୁ ଯାଉଥିଲେ। ଫୁଲବାଣୀ ପଟରୁ ଏକ ହାଇଓ୍ବା ଗାଡି ଆସୁଥିଲା । ହାଇୱା ଗାଡିଟି ପିକଅପ ଗାଡିକୁ ଧକ୍କା ଦେଇଥିଲା। ଏଥିରେ ବୁଧବାର ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁରୁବାର ଆଉ ଜଣକ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୁକୁନି କିସାନ,କଳାବତୀ କିସାନ ଓ ପିକଅପ ଚାଳକ ବୌଦ୍ଧର ଲିକୁନ ସାହୁ l ଅନ୍ୟମାନଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ସେମାନଙ୍କୁ ବଲାଙ୍ଗୀର ଓ ବୁଲ୍ଲା ହସପିଟାଲ କୁ ସ୍ଥାନାନ୍ତର କରାଯାଇଛି l ଗୁରୁତରମାନେ ହେଲେ ସମ୍ବଲପୁର ଗଉଡ଼ଗାଁ ର ସୁଶାନ୍ତ ଘିବେଲା( ୩୧), ଫାରୁଲ ଗାଁ ର ହରିତ ଛତ୍ରିଆ( ୨୧)କରଞ୍ଜ ମାଳ ଗାଁ ର ଦେବକୀ କିସାନ( ୨୪)ଲିଜା ଶବର (୧୯)ଭୋଜପୁର ଗାଁର ବିପ୍ର କରଳିଆ( ୩୦)ସୁନିତା ପ୍ରଧାନ( ୨୬)ଲିପିପାଲିଗାଁ ର ମହେନ୍ଦ୍ର ଧରୁଆ(୧୭) ,ଜମନକିରା ଗାଁ ର ବନିତା ଛତ୍ରିଆ (୨୨)ବୋଲି ଜଣା ପଡିଛି l