ରାୟଗଡ଼(ଗଜପତି)୪।୪:- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧିନ ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଓଲଟି ଜଣକର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛି। ମୃତକ ଜଣକ ହେଲେ ତେରବ ଗ୍ରାମର ସନ୍ୟାସୀ ଭୂୟାଁ ।

ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍ କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଏକ ଟ୍ରାକ୍ଟର ଟ୍ୟାଙ୍କ ଯୋଗେ ପାଣି ନେଇଯାଉଥିଲା । ହେଲେ କୌଣସି କାରଣରୁ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ମାଡବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (୨୦) ଗୁରୁତ ଭାବେ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଚାଳକଙ୍କ ପାର୍ଶ୍ବରେ ବସିଥିବା ତେରବ ଗ୍ରାମର ସନ୍ୟାସୀ ଭୂୟାଁ (୧୯)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି । ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବାର ଜଣାଯାଇଛି । ତେବେ ମୃତ ସନ୍ୟାସୀ ହେଲ୍ପର ଭାବେ କାମ କରୁଥିବା ବେଳେ ଗାଡ଼ିଟି ଭାରସାମ୍ଯ ହରାଇ ଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର ସନ୍ୟାସୀଙ୍କ ପରିବାର ଲୋକେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।