ଯାଜପୁର,୪।୧:  ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାର ନାମକ ସୁନା ଦୋକାନରୁ ଲୁଟ ଉଦ୍ୟମ ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼ । ସୁନା ଦୋକାନର ୨ କର୍ମଚାରୀଙ୍କ ସହ  ରାସ୍ତା କଡରେ ଥିବା ଇଲେକ୍ଟ୍ରି କର୍ମଚାରୀଙ୍କ ଉପରକୁ   ଗୁଳିମାଡ଼   I ଏଥିରେ ବିଦ୍ୟୁତ କର୍ମଚାରୀ  ଓ ଜଣେ ସୁନା ଦୋକାନୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ   ଗୁରୁତର  ହୋଇଛନ୍ତି I  ମୃତକମାନେ ହେଲେ ବିଦ୍ୟୁତ କର୍ମଚାରୀ ନୀଳମାଧବ ପଣ୍ଡା  ଓ ସୁନା ଦୋକାନୀ କର୍ମଚାରୀ ସୁନୀଲ ରାୟ । ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଛି।

ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାରରୁ ଲୁଟ  କରିବା ପାଇଁ ୨ ଜଣ ଦୁବୃର୍ତ୍ତ ଏକ ବାଇକରେ ଆସିଥିଲେ। ତେବେ ଦୋକାନ ବନ୍ଦ ଥିବାରୁ ଫେରାର ହେବା ସମୟରେ   ଦୁର୍ବୃତ୍ତମାନେ ସୁନା ଦୋକାନର ୨  କର୍ମଚାରୀ ଓ ନିକଟରେ ଥିବା ବିଦ୍ୟୁତ କର୍ମଚାରୀଙ୍କ ଉପରକୁ ଗୁଳିମାଡ କରିଥିଲେ। ଏଥିରେ ୩ ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ   ଭର୍ତ୍ତି କରାଯାଇଥିଲା। ସେଠାରେ ନୀଳମାଧବ ପଣ୍ଡା  ଓ  ସୁନୀଲ ରାୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି I  ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। 

ସେପଟେ ଫେରାର ହୋଇଯାଉଥିବା ସମୟରେ ୨ ଜଣ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି। ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି  ଛାନଭିନ କରିବା ସହ ଘଟଣାସ୍ଥଳରୁ ବନ୍ଧୁକ ଜବତ କରିଛି।