ପାଟଣାଗଡ଼,୧୦/୧୧: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ନାଁ ସମ୍ରାଟ ବୋଲି ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ମାଲିଝର ଛକ ନିକଟରେ ଏଭଳି ଘଟଣା  ଘଟିଛି ।

​​​​​​​

ସୂଚନା ମୁତାବକ, ବେଲପଡା ଥାନା ବାଘଉଡାରକୁ ଛତିଶଗଡ ରୟପୁରର ସମ୍ରାଟ ବାଗ ତାଙ୍କ ପରିବାର ସହିତ ଏକ ବାହାଘରରେ ଯୋଗ ଦେବା ପାଇଁ ଆସିଥିଲେ। କୌଣସି କାମରେ ସମ୍ରାଟ ଆଉ ଦୁଇଜଣଙ୍କ ସହିତ ବାଇକ୍ରେ ବେଲପଡା ଯାଇ ଫେରୁଥିଲେ । ଫେରିବା ବେଳେ ମାଲିଝର ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ବାଇକ ସହ ଧକ୍କା ହୋଇଥିଲା । ଯାହାଫଳରେ ତିନି ଜଣ ଗୁରୁତର ହୋଇ ରାସ୍ତାକଡରେ ପଡି ଛଟପଟ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତିନି ଗୁରୁତରଙ୍କୁ ଉଦ୍ଧାର କରି ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବେଲପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।