ନମୌଜା,୧୦।୭(ଆପ୍ର):କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସଂସିଧା ଗ୍ରାମପଞ୍ଚାୟତ ର ସଂସିଧା ମଙ୍ଗରାଜପୁର ଗ୍ରାମ ରେ ଜଣେ ବ୍ୟକ୍ତି ଙ୍କୁ ବାରହା ଆକ୍ରମଣ କରିଛି। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି ।
ଆଳି ଥାନା ସଂସିଧା ମଙ୍ଗରାଜପୁର ଗ୍ରାମର ରାମଚନ୍ଦ୍ର ଦାସ (୪୦) ଘର ପଛ ପଟ ବାଡ଼ି କୁ କାର୍ଯ୍ୟ କରିବାକୁ ଯାଇଥିଲେ l ହଠାତ ଏକ ବାରହା ତାଙ୍କୁ ଆକ୍ରମଣ କରିଥିଲା l ଜୀବନ ବଞ୍ଚାଇବାକୁ ଯାଇ ସେ ବାରହା ଟିକୁ ଠେଲି ଫୋପାଡ଼ିଦେବା କୁ ଚେଷ୍ଟା କରୁଥିବା ସମୟରେ ବାରହାଟି ତାଙ୍କ ବାମ ହାତକୁ କାମୁଡି ଧରି ରଖିଥିଲା l ରାମଚନ୍ଦ୍ର ଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଆସି ବାରହା ଟିକୁ ଘଉଡ଼ାଇ ତାଙ୍କୁ ବାରହା ନିକଟରୁ ଉଦ୍ଧାର କରିଥିଲେ l l ରାମଚନ୍ଦ୍ର ଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ l ଅଧିକ ଚିକିତ୍ସା ପାଇଁ ରାମଚନ୍ଦ୍ର ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି l ଆଳି ଅଞ୍ଚଳରେ ଚାରିଆଡେ ବନ୍ୟା ହେତୁ ପାଖାପାଖି ଅଞ୍ଚଳ ରେ ଆହୁରି ୧୫ ରୁ ଉର୍ଧ୍ଵ ବଣୁଆ ବାରହା ଗାଁ ଆଡକୁ ଚାଲି ଆସିଥିବା ବେଳେ ଏହି ଆକ୍ରମଣ ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି l