ଫିରିଙ୍ଗିଆ, ୦୭/୧୨ ; କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଟେଲାପାଲି ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଆମ୍ବ ଗଛରେ ପିଟି ହେବା ଫଳରେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଉଛନ୍ତି I ଆହତ ହୋଇଥିବା ବାଇକ ଆରୋହୀ ଜଣକ ଫିରିଙ୍ଗିଆ ଥାନା ଖଜୁରୀପଡା ଗାଁ ର ଈଶ୍ୱର କହଁର I

ରବିବାର ସନ୍ଧ୍ୟା ସମୟରେ ବାଇକ ଆରୋହୀ ଜଣକ କୌଣସି କାମରେ ଟେଲାପାଲି ଗାଁ ପାଖରେ ଥିବା ଶ୍ରାସାନାଣ୍ଡା ଗାଁ କୁ ଯାଉଥିଲେ। ଏହି ସମୟରେ ଫିରିଙ୍ଗିଆ ଫୁଲବାଣୀ ମୁଖ୍ୟ ରାସ୍ତାର ଟେଲାପାଲି ସ୍କୁଲ ନିକଟ ବୁଲାଣି ରେ ବାଇକ ଟି ରାସ୍ତା କଡରେ ଥିବା ଏକ ଆମ୍ବ ଗଛ ରେ ପିଟି ହୋଇଥିଲା I ଫଳରେ ବାଇକ ଆରୋହୀ ଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ଗୁରୁତର ଆହତ ହୋଇ ରାସ୍ତା କଡରେ ପଡିରହିଥିଲେ I ପରେ ଖବରପାଇ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ ପହଂଚି ଦମକଳ ବାହିନୀ ଙ୍କ ସହଯୋଗ ରେ ଆହତ ବାଇକ ଆରୋହୀ ଙ୍କୁ ପ୍ରଥମେ ଫିରିଙ୍ଗିଆ ମେଡିକାଲ କୁ ଅବିଥିଲେ I ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସଲୟ କୁ ସ୍ଥାନାନ୍ତର କରିଥିଲେ।