​​​​​​​ହରଭଙ୍ଗା, ୧୯।୧୦ : ଘରେ ଶୋଇଥିବା ବେଳେ  କାନ୍ଥ ପଡି ଜଣେ ଗୁରୁତର।ଗୁରୁତର  ଜଣକ ହେଲେ ରାଜେନ୍ଦ୍ର ବେହେରା ତାଙ୍କୁ ପୁରୁଣାକଟକ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆଁକଟା ଗ୍ରାମରେ

ଗତ ୨୧ ତାରିଖରେ ଘଟିଥିବା ବଡ଼ ଧରଣର ଭୟଙ୍କର ବାଣ ବିସ୍ଫୋରଣ କାରଣରୁ ଘର କାନ୍ଥ ଦୁର୍ବଳ ଥିବା ଅନୁମାନ କରାଯାଉଛି ଘରକୁ ସେ ସମୟରେ ପ୍ରଶାସନ ଯାଞ୍ଚ କରି ନଥିଲାକି ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛିବାଣ  ବିସ୍ଫୋରଣ ଘଟଣା ଗ୍ରାମବାସୀଙ୍କୁ ମନରୁ ଲିଭି ଥିବା ବେଳେ ପୁଣି କାନ୍ଥ ଭୁଶୁଡି ଜଣେ ଗୁରୁତର ଘଟଣା ଘଟିଛି। ସୂଚନା ଥାଉକି ଘର ଭାଙ୍ଗି ବାସ ହରାଇଥିବା ପରିବାରଙ୍କୁ କେବଳ ଜରି ପାଲ ଖଣ୍ଡିଏ ବ୍ୟତୀତ ଅନ୍ୟ କୌଣସି ସହାୟତା ମିଳି ନାହିଁ।