ବାରିପଦା , ୧୮।୧୦ : ବଡସାହିରେ ଗୁଳିମାଡରେ ଜଣେ ଗୁରୁତର । ଦୁର୍ବୃତ୍ତମାନେ ୨ରାଉଣ୍ଡ ଗୁଳି ମାରି ଫେରାର ହୋଇଯାଇଛନ୍ତି । ଗୁରୁତର ଜଣଙ୍କୁ ଉଦ୍ଧାର କରି ଗ୍ରାମବାସୀ ପିଆରଏମ ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତ ଜଣଙ୍କ ହେଲେ ବଡ଼ସାହି ଥାନା ଶିଆଳିଘାଟି ପଞ୍ଚାୟତ ମାଙ୍କଡାପାଳ ଗ୍ରାମର ସଞ୍ଜୟ ନାଏକ(୩୨) । ପେଟରେ ୨ଟି ଗୁଳି ବାଜି ଥିବାରୁ ପ୍ରବଳ ରକ୍ତ ସ୍ରାବ ହୋଇ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।
ଶାକୁଆ ଗ୍ରାମର ପୁରୁଣା ଇଟାଭାଟି ରାସ୍ତା ନିକଟରେ ଏହି ଘଟଣା ଘଟିଥିବା ବେଳେ ଖବର ପାଇ ବଡ଼ସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଆହତ ସଞ୍ଜୟ ଜଣେ ଟିଉସନ ମାଷ୍ଟର ହୋଇଥିବା ବେଳେ ନାମମାତ୍ର ଚାଷୀ ଅଟନ୍ତି । ତାଙ୍କର କାହା ସହିତ ସେଭଳି ଶତ୍ରତା ଥିବା ଗ୍ରାମବାସୀ ବିଶ୍ବାସ କରିପାରୁନାହାନ୍ତି ।