ଭୁବନେଶ୍ବର, ୩୧।୫ : ରାଜଧାନୀ ଉପକଣ୍ଠରେ ଫୁଟିଲା ଗୁଳି। ଇନଫୋଭାଲି ଥାନା ଅଂଚଳରେ ଗୁଳିକାଣ୍ଡ। ୪ରାଉଣ୍ଡ ଫାଇରିଂ ହୋଇଥିବା ସୂଚନା। ଗୁଳିକାଣ୍ଡରେ ଖୋର୍ଦ୍ଧା ଅଞ୍ଚଳର ଜଣେ ଆହତ ହୋଇଥିବା ଜଣାପଡିଛି ।
ଇନଫୋଭ୍ୟାଲି ଥାନା ଅଧୀନ ପିତାପଲ୍ଲୀ ଛକ ୧୬ ନମ୍ବର ଜାତୀୟ ରାଜପଥରେ ନିଶା କାରବାରକୁ ନେଇ ଦୁର୍ବୃତ୍ତମାନେ ୪ ରାଉଣ୍ଡ ଗୁଳି ଫୁଟାଇଛନ୍ତି। ଗୁଳି ଫୁଟାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଘଟଣା ସ୍ଥଳରେ ଇନଫୋଭ୍ୟାଲି ଥାନା ଅଧିକାରୀ ଓ ଫୋର୍ସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।