ବ୍ରହ୍ମପୁର, ୫।୮ : ବ୍ରହ୍ମପୁର ବଡ଼ବଜାରର ଥାନା ଅନ୍ତର୍ଗତ ରଙ୍ଗୁଣୀବନ୍ଧ ସାହି ନିକଟରେ ଥିବା ଶାସ୍ତ୍ରୀ ନଗରରରେ ଗୁଳି ମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଏସ. ରୁନା ଅଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ରୁନା ନିଜ ଘରେ ଥିବା ସମୟେ କିଛି ବ୍ୟକ୍ତି ତାଙ୍କୁ ଗୁଳିମାଡ଼ କରିଥିଲେ । ଏଥିରେ ରୁନା ଗୁରୁତର ହୋଇଥିଲେ। ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।