ବାଲିକୁଦା, ୧୦/୮: ହାତରେ ବୋମା ବିସ୍ଫୋରଣ ହୋଇ ଜଣେ ଆହତ । ଆହତ  ଜଣକ  ହେଲେ ଗ୍ୟାଙ୍ଗଷ୍ଟର ସାଗର ମଲ୍ଲିକର ସହଯୋଗୀ ଦିବ୍ୟଜ୍ୟୋତି ଶତପଥୀ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସ୍ଥଳରୁ ଆହତ ଦିବ୍ୟଜ୍ୟୋତିକୁ ଉଦ୍ଧାର କରି ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ତେବେ ଘଟଣା ସ୍ଥଳରେ ଆଉ ଏକ ଅଫୁଟା ବୋମା ଥିବା ସୂଚନାରେ ପୁଲିସ ଛାନଭିନ କରୁଛି। 

ଅଭିଯୁକ୍ତ ଦିବ୍ୟଜ୍ୟୋତି ଓ ଅନ୍ୟ ଦୁଇ ଜଣ ଏରସମା ଅଞ୍ଚଳରେ କୌଣସି ଏକ ଘଟଣା ଘଟାଇବା ପାଇଁ ହାତରେ ବୋମା ଧରି ଯାଉଥିଲେ। ବାଲିକୁଦା-ବୋରିକାନା ରାସ୍ତାର ତେରତାଙ୍ଗ ଠାରେ ଅସାବଧାନତା ହେତୁ ବୋମାଟି ହାତରେ ହିଁ ଫୁଟିଥିଲା। ଉକ୍ତ ଘଟଣା ପରେ ଦିବ୍ୟଜ୍ୟୋତିକୁ ଅନ୍ଯ ଦୁଇ ସହଯୋଗୀ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଦିବ୍ୟଜ୍ୟୋତିକୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଚିକିତ୍ସା କରାଇଛି।