ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

କାର୍ ଧକ୍କାରେ ବାଇକ୍ ଚାଳକ ଗୁରୁତର; ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

Published By : Bijay Swain | June 27, 2025 5:53 PM

ସାନଖେମୁଣ୍ଡି, ୨୭/୬: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅର୍ନ୍ତଗତ ମୌଳାଭଞ୍ଜା ରାସ୍ତାରେ କାର୍ ଧକ୍କାରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ ପାଟପୁରର ରୁଦ୍ର ସାହୁ। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିବା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। 

ଜାତୀୟ ରାଜପଥ- ୩୨୬ ଅନ୍ତର୍ଗତ ଏହି ଦୁର୍ଘଟଣାସ୍ଥଳ ନିକଟରେ ରାସ୍ତା ନିର୍ମାଣାଧୀନ ରହିଛି। ତେବେ ଠିକାଦାର ଓ ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷ ଅବହେଳାରୁ ରାସ୍ତା କାମରେ ବିଳମ୍ବ ଘଟୁଛି। ଯୁଆଡ଼େ ଦେଖିବେ ଖାଲଖମା। ଛୋଟ ବଡ଼ ଦୁର୍ଘଟଣା ବାରମ୍ବାର ଘଟୁଛି। ବାରମ୍ବାର ଅଭିଯୋଗ ପରେ ଫଳ ଶୂନ। 

ଏଣୁ ଆଜି ଦୁର୍ଘଟଣା ପରେ ଅତିଷ୍ଠ ସ୍ଥାନୀୟ ଲୋକେ ରାଜରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ଦୁଇ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଧରି ରାସ୍ତାରୋକ ଚାଲିଥିଲା। ରାଜପଥର ଉଭୟ ପାଖରେ ଅଟକି ରହିଥିଲା ଶହ ଶହ ଗାଡି ମୋଟର। ଦିଗପହଣ୍ଡି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ  ରାସ୍ତାରୋକ ହଟିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.