ଭୁବନେଶ୍ୱର, ୨୦।୩: ମାଓଦମନ ଅଭିଯାନ । ଲାଲଗଡ଼କୁ ଦୁର୍ବଳ କରୁଛନ୍ତି ସୁରକ୍ଷକାର୍ମୀ । ଗୁରୁବାର ସକାଳେ ଛତିଶଗଡ଼ର ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରେ ଟଳିଲେ ୧୮ ନକ୍ସଲ । ଏବେ ବି ଅପରେସନ୍ ଜାରି ରହିଛି । ଆଗକୁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ଅନ୍ୟପଟେ ମାଓବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ୍ ହୋଇଥିବା ଜଣାପଡ଼ିଛି । ଏସପି ଜିତେନ୍ଦ୍ର ଯାଦବ ଏନେଇ ସୂଚନା ଦେଇଛନ୍ତି ।
ବସ୍ତର ପୋଲିସ କହିବା ମୁତାବକ, ସୁରକ୍ଷା ବାହିନୀର ଏକ ମିଳିତ ଟିମ୍ ଗଙ୍ଗାଲୁର ପୋଲିସ ଷ୍ଟେସନ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଏନକାଉଣ୍ଟର କରାଯାଇଥିଲା । ଏନକାଉଣ୍ଡରରେ ବିଜାପୁରରେ ୨୦ ଜଣ ମାଓବାଦୀ ନିହତ ହୋଇଥବା ବେଳେ କାଙ୍କେରରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ଅଧିକାରୀମାନେ କହିଛନ୍ତି, ସକାଳ ୭ଟାରୁ ଗୁଳିବିନିମୟ ଆରମ୍ଭ ହୋଇଥିବା ବେଳେ ଏବେ ବି କିଛି ସମୟ ବ୍ୟବଧାନରେ ଗୁଳିଚାଳନା ଜାରି ରହିଛି । ସୁରକ୍ଷାବାହିନୀ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିବା ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ଜବତ ହୋଇଛି । ଏ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରାଯାଉଛି ।
#UPDATE | Chhattisgarh | 18 Naxalites killed during the encounter in the forest area at Bijapur-Dantewada border under Gangaloor PS limit: Bijapur Police https://t.co/f8koDDGz5v pic.twitter.com/N6gEYbuoCr
— ANI (@ANI) March 20, 2025