ପ୍ରମୂଖ ଖବର
  • ଝାରସୁଗୁଡ଼ା ଜିଲ୍ଲା କାଲି ବାହାଲ ଗ୍ରାମରେ ବଜ୍ରପାତରେ ୨ ମୃତ
  • ||
  • ଭୁବନେଶ୍ୱର ବାଇ ପାସ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ନିର୍ମାଣ ହେବ ୬ ଲେନ୍ ରିଙ୍ଗ ରୋଡ୍
  • ||
  • ଏସିଆ କପ୍‌ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ,ସ୍ବର୍ଯ୍ୟକୁମାରଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ ଭାରତ
  • ||
  • ଧାନ ତଳି ରୋଇବାକୁ ଯିବା ବେଳେ ଦୁର୍ଘଟଣା: ବାଇକ୍‌ରୁ ଖସିପଡିଲେ ଚାଷୀ, ଚାଲିଗଲା ଜୀବନ
  • ||
  • ଦୁର୍ନୀତିଖୋର ବାବୁଙ୍କ ଉପରେ ଭାରି ପଡ଼ୁଛି ଭିଜିଲାନ୍ସ; ବନ୍ଧା ହେଲେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା
  • ||
  • ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ, ୩ ଲକ୍ଷ ୧୦ ହଜାର ୮୩୯ ପିଲାଙ୍କୁ ବଣ୍ଟନ ହେବ
  • ||
  • ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ଭାରତ ଲଢ଼େଇ, ବି. ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ
  • ||
  • ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଅଭିଯୋଗ; ଅଭିଯୁକ୍ତକୁ ଆନ୍ଧ୍ରରୁ ଉଠାଇଆଣିଲା ନରସିଂହପୁର ପୁଲିସ
  • ||
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ଗୋରୁ ବେପାରୀଙ୍କ ଠାରୁ ୧.୪୦ ଲକ୍ଷ ଟଙ୍କା ସହ ବାଇକ ଲୁଟ୍

Published By : Suraj Kumar | August 19, 2025 10:10 PM

ମନମୁଣ୍ଡା, ୧୯।୮ :  ସାପ୍ତାହିକ ହାଟରେ ଗୋରୁ ବିକ୍ରି କରି ଫେରୁଥିବା ବେଳେ ଲୁଟ୍। ଦୁର୍ବୃତ୍ତମାନେ ଗୋରୁ ବେପାରୀଙ୍କ ଠାରୁ ୧.୪୦ ଲକ୍ଷ ଟଙ୍କା , ବାଇକ ଓ ମୋବାଇଲ ଲୁଟ କରି ଫେରାର ହୋଇଯାଇଛନ୍ତି। ଏ ନେଇ ଗୋରୁ ବେପାରୀ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି।

ସୋନପୁରର ଦୁଇ ଭାଇ କଣ୍ଟାମାଳ ବ୍ଲକ ଆମ୍ବଗାଁ ସାପ୍ତାହିକ ବଜାରରେ ୪ ପଟ ବଳଦ ବିକ୍ରି କରି ବାଇକ ଯୋଗେ ଘରକୁ ଫେରୁଥିଲେ। ମନମୁଣ୍ଡା ଥାନା ଜାଲପାଲି ଛକ ନିକଟ ରେ ୬ ଜଣ ଦୁର୍ବୃତ୍ତ ମୁହଁରେ ଗାମୁଛା ବାନ୍ଧି ହାତରେ ମେଢା ଓ ଲୁହାର ଧାରୁଆ ମାରଣାସ୍ତ୍ର ଧରି ଗୋରୁ ବେପାରୀ ମାନଙ୍କୁ ଅଟକାଇ ଥିଲେ। ଦୁର୍ବୃତ୍ତମାନେ ଗୋରୁ ବେପାରୀ ଦୁଇ ଭାଇଙ୍କୁ ମେଢ଼ାରେ ମାଡ ମାରି କ୍ଷତାକ୍ତ କରିଦେବା ପରେ  ଭୁଜାଲି ଦେଖାଇ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ସେମାନଙ୍କ ଠାରୁ ୧ ଲକ୍ଷ ୪୦ ହଜାର ଟଙ୍କା, ଏକ ନୋକିଆ ମୋବାଇଲ୍ ଏବଂ ଏକ ବାଇକ ଲୁଟ କରି ନେଇ ପଳାଇଗଲେ। ଏନେଇ ସେମାନେ ଥାନାରେ ଅଭିଯୋଗ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.