ମାଲକାନଗିରି,୭/୭(ଆପ୍ର ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଥିବା ନ୍ୟାସନାଲ ପାର୍କ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି।
ସୀମାନ୍ତ ଛତିଶଗଡ଼ ସ୍ଥିତ ରାଜ୍ୟ ବିଜାପୁର ଜିଲ୍ଲାରେ ଥିବା ନ୍ୟାସନାଲ ପାର୍କ ଜଙ୍ଗଲକୁ କମ୍ବିଂ ଅପରେସନରେ ଯବାନମାନେ ଯାଇ ଥିବା ବେଳେ ମାଓବାଦମାନେ ଗୁଳି ଚଲାଇଥିଲେ। ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳି ଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓବାଦୀ ନେତା ସୋଡ଼ି କନ୍ନା ଓରଫ ପଦନାମ ନିହତ ହୋଇଛନ୍ତି। ସେ ମାଓବାଦୀ ପିଏଲ୍ଜିଏ ବାଟାଲିଅନ ନଂ-୧ର ଡେପୁଟି କମାଣ୍ଡର ଥିଲେ। ମାଓବାଦୀ ସୋଡ଼ି କନ୍ନାଙ୍କୁ ଧରାଇଦେବାକୁ ୮ ଲକ୍ଷ ପୁରସ୍କାର ଛତିଶଗଡ଼ ସରକାର ଙ୍କ ପକ୍ଷରୁ ଘୋଷଣା ହୋଇଥିଲା। ଘଟଣାସୁଳରୁ ଗୋଟିଏ ବନ୍ଧୁକ ସହ ବହୁ ମାଓବାଦୀ ସାମଗ୍ରୀ ଜବତ ହୋଇଛି।