ପୁରୀ, ୧୦/୦୯ : ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପଶିବାକୁ ଉଦ୍ୟମ। ସିଂହଦ୍ଵାର ବନ୍ଦ ଥିବା ବେଳେ ଯୁବକ ଜଣକ ଏଭଳି ଉଦ୍ୟମ କରିଥିଲେ। ଯୁବକ ଜଣଙ୍କ ଢେଙ୍କାନାଳର ଲାଲୁ ପ୍ରସାଦ ସାହୁ ବୋଲି ଜଣାପଡିଛି । ତାଙ୍କୁ ଅଟକ ରଖିଛି ପୁରୀ ପୁଲିସ ଓ ଜେଟିପି।
ସୂଚନା ମୁତାବକ, ପ୍ରତିଦିନ ପରି ଆଜି ବି ଭୋର ସମୟରେ ସିଂହଦ୍ୱାର ଖୋଲାଯିବାର ଥିଲା । ହେଲେ ଏହାପୂର୍ବରୁ ଦେଖିବାକୁ ମିଳିଲା ଏକ ଅଭାବନୀୟ ଘଟଣା । ଜଣେ ଯୁବକ ଚପଲ ପିନ୍ଧି ସିଂହଦ୍ୱାରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ । ଯାହାକୁ ଦେଖି ସୁରକ୍ଷାରେ ନିୟୋଜିତ ଥିବା ପୁଲିସ ଏବଂ ଜେଟିପି ବାରଣ କରିଥିଲେ । ହେଲେ ଯୁବକ ଜଣଙ୍କ ଉଭୟ ପୁଲିସ,ଜେଟିପି ସହ ଯୁକ୍ତିତର୍କ କରିଥିଲେ । ଏହାପରେ ପୁଲିସ ଯୁବକଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖି ପଚରାଉଚରା କରୁଛି । ଯୁବକ ଜଣଙ୍କ ଢେଙ୍କାନାଳର ଲାଲୁ ପ୍ରସାଦ ସାହୁ ବୋଲି ଜଣାପଡିଛି । ତେବେ କଣ ପାଇଁ ସେ ଏଭଳି ଉଦ୍ୟମ କରୁଥିଲେ । ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ ।