ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରାଜ୍ୟରେ ପ୍ରଥମ: ବୁର୍ଲାରେ ଆରମ୍ଭହେଲା ଟଙ୍କିକିଆ ଡେଣ୍ଟାଲ କ୍ଲିନିକ୍‌, ଉପକୃତ ହେବେ ଗରିବ ରୋଗୀ

Published By : Prameya | April 11, 2025 2:55 PM

ବୁର୍ଲା,୧୧/୦୪: ବୁର୍ଲାରେ ଆଉଏକ ଟଙ୍କିକିଆ ଚିକିତ୍ସା ସେବା ଆରମ୍ଭ ହୋଇଛି । ଭିମ୍‌ସାର୍‌ ଆସିଷ୍ଟାଣ୍ଟ ପ୍ରଫେସର ଡା. ଶଙ୍କର ରାମଚନ୍ଦାନୀଙ୍କ ପତ୍ନୀ ଶିଖା ରାମଚନ୍ଦାନୀଙ୍କ ଦ୍ୱାରା ଏହି ନୂତନ ସେବା ଆରମ୍ଭ ହୋଇଛି । ଏହି କ୍ଲିନିକ୍‌  ଭାରତର ପ୍ରଥମ ବୋଲି ଡା. ଶଙ୍କାର ରାମଚନ୍ଦାନୀ କହିଛନ୍ତି । ମୁଖ୍ୟତଃ ଦାନ୍ତରୋଗ  ସମ୍ବନ୍ଧୀୟ ସମସ୍ତ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ରହିଛି । ସମସ୍ତ ଅତ୍ୟାଧୂନିକ  ଯନ୍ତ୍ରପାତି ସହିତ କ୍ଲିନିକ୍‌  ରୋଗୀ ସେବା ପାଇଁ ପ୍ରସ୍ତୁତ  ହୋଇଛି । ଗରିବ ରୋଗୀଙ୍କୁ  ଏକଟଙ୍କାରେ ଏଠାରେ  ସମସ୍ତ ଚିକିତ୍ସା ସେବା  ଯୋଗାଇଦେବେ ଦାନ୍ତରୋଗ ବିଶେଷଜ୍ଞ ଡା. ଶିଖା ରାମଚନ୍ଦାନୀ । ଦାନ୍ତ କ୍ଲିନିଙ୍ଗ  ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ମଧ୍ୟ ଏକଟଙ୍କାରେ କେବଳ ଗରିବ ରୋଗୀଙ୍କ ପାଇଁ ଉପଲବ୍ଧ ହେବ ବୋଲି ଡା. ଶିଖା ରାମଚନ୍ଦାନୀ ସୂଚନା  ଦେଇଛନ୍ତି । 

ବୁର୍ଲା ଷ୍ଟେଟ୍‌ ବ୍ୟାଙ୍କ ନିକଟସ୍ଥ ଡା. ଶଙ୍କର ରାମଚନ୍ଦାନୀଙ୍କ ସରକାରୀ  ବାସଭବନରେ ଏହି କ୍ଲିନିକ୍‌ ଆରମ୍ଭ ହୋଇଛି । ଏହାକୁ ଆନୁଷ୍ଠାନିକ ଭାବରେ  ପୂଜାର୍ଚ୍ଚନା ପରେ ଉଦ୍‌ଘାଟନ ହୋଇଛି । ଏହି କ୍ଲିନିକ୍‌ର ସମସ୍ତ ଶ୍ରେୟ ମଧ୍ୟ ଡା.  ଶଙ୍କରଙ୍କ ମାଆ ସ୍ୱର୍ଗତ ଲାଜ୍‌ବନ୍ତୀ ରାମଚନ୍ଦାନୀଙ୍କୁ ପ୍ରଦାନ କରିଛନ୍ତି ଡା.ରାମଚନ୍ଦାନୀ  ଦମ୍ପତି । ଡା. ଶିକ୍ଷା ରାମଚନ୍ଦାନୀଙ୍କ ଏହି ଟଙ୍କିକିଆ କ୍ଲିନିକ୍‌ ଖୋଲିବା ପଛରେ ଡା.  ଶଙ୍କର ରାମଚନ୍ଦାନୀଙ୍କ ସହଯୋଗ ରହିଥିବା ବେଳେ ତାଙ୍କଠାରୁ ଅନୁପ୍ରାଣିତ ହୋଇ  ଏହି କ୍ଲିନିକ୍‌ ଗରିବ ରୋଗୀଙ୍କ ଉଦେଶ୍ୟରେ ଖୋଲିଥିବା ଡା. ଶିଖା କହିଛନ୍ତି ।  ପ୍ରଥମ ରୋଗୀ ଭାବେ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଗୁରେନ୍ଦ୍ର ସେଠ୍‌ ନାମକ  ଜଣେ ଗରିବ ରୋଗୀଙ୍କ ଦାନ୍ତ କ୍ଲିନିଙ୍ଗ କରି କ୍ଲିନିକ୍‌ର ଶୁଭାରମ୍ଭ କରାଯାଇଥିଲା ।  ପ୍ରଥମ ଦିନରେ ୬ଜଣ ଗରିବ ରୋଗୀଙ୍କ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି ।    

ସୂଚନା ଥାଉ କି ଡା. ଶଙ୍କର ରାମଚନ୍ଦାନୀଙ୍କ ଦ୍ୱାରା ପ୍ରଥମ କରି ବୁର୍ଲାରେ ଟଙ୍କିକିଆ  କ୍ଲିନିକ୍‌ ଗତ ୨୦୨୧ ମସିହା ଫେବ୍ରୁଆରୀ ୧୨ ତାରିଖ ଦିନ ଉଦ୍‌ଘ।।ଟନ ହୋଇଥିଲା ।  ଏହି କ୍ଲିନିକ୍‌ ପାଇଁ ଡା. ଶଙ୍କର ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ପାଇ  ପାରିଥିଲେ । ଏହି କ୍ଲିନିକ୍‌କୁ ଇତିମଧ୍ୟରେ ଏହାକୁ ସାଢ଼େ ଚାରିବର୍ଷ ବିତିଲାଣି ।  ଆରମ୍ଭରୁ ଟଙ୍କାଟିଏରେ ରୋଗୀଙ୍କୁ ଚିକିତ୍ସାସେବା ପରେ ଚିକିତ୍ସା ସେବା ସହିତ ମାଗଣା ଔଷଧ, ମାଗଣା ଇସିଜି, ନେବୁଲାଇଜର, ଆଶାବାଡ଼ି ସେବା ଉପଲବ୍ଧ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.