ନୂଆଦିଲ୍ଲୀ,୭।୯:  ଅନଲାଇନ୍ ଖାଇବ ଅର୍ଡର କରୁଥିଲେ ଜାଣି ରଖନ୍ତୁ ଏହି ବଡ଼ କଥା। ସ୍ବିଗି, ଜୋମାଟୋ ଭଳି ପ୍ଲାଟଫର୍ମ ଯଦି ବ୍ୟବହାର କରୁଛନ୍ତି, ତେବେ ପକେଟ ଉପରେ ଆହୁରି ବୋଝ ବଢିବ। ଆଗାମୀ ଦିନରେ ତଥା ପାର୍ବଣ ଋତୁରେ ଅନଲାଇନ୍ ଫୁଡ୍ ଡିମାଣ୍ଡ ବଢିଯିବ। ତା ଛଡା ନିକଟରେ ଦରକାର ଜିଏସ୍‌ଟି କାଉନସିଲ ବୈଠକରେ ଇ-କମର୍ସ ଓ କ୍ବିକ୍ କମର୍ସ ପ୍ଲାଟଫର୍ମର ଡେଲିଭରି ସର୍ଭିସ ଉପରେ ୧୮% ଜିଏସ୍‌ଟି ଘୋଷଣା କରିଥିଲେ। ଏହାପରେ କ୍ଷତି ଭରଣା କରିବାକୁ ସବୁ କମ୍ପାନୀ ଟ୍ୟାକ୍ସ ଲାଗୁ ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା ଦେଇଛନ୍ତି।

ଗତ ୩ ସେପ୍ଟେମ୍ବରରେ ହୋଇଥିବା ଜିଏସ୍‌ଟି କାଉନସିଲର ୫୬ ତମ ବୈଠକରେ ଜିଏସ୍‌ଟି ରିଫର୍ମ ସମ୍ପର୍କିତ ବଡ଼ ଘୋଷଣା କରାଯାଇଛି। ଏଥିରେ ଆରମ୍ଭରୁ ଲାଗୁ ହୋଇଥିବା ୪ଟି ଟ୍ୟାକ୍ସ ସ୍ଲାଗ ସ୍ଥାନରେ ୫% ରୁ ୧୮% କେବଳ ଦୁଇଟି ଟ୍ୟାକ୍ସ ରହିଯାଇଛି। ସେଭଳି ଘରୋଇ ବ୍ୟବହାରରୁ ନେଇ ଟିଭି-ଏସି, କାର-ବାଇକ୍‌ ଭଳି ସବୁ ଜିନିଷର ଦାମ୍ ହ୍ରାସ ପାଇବାର ଘୋଷଣା କରାଯାଇଛି। ଏହା ଭିତରେ ଜିଏସ୍‌ଟି କାଉନସିଲ୍ ପକ୍ଷରୁ ଇ-କମର୍ସ ଓ କ୍ବିକ୍ କମର୍ସ ପ୍ଲାଟଫର୍ମକୁ ଡେଲିଭରି ସର୍ଭିସରେ ୧୮% ଟ୍ୟାକ୍ସ ଲଗାଯାଇଛି, ଯାହାକୁ ୨୨ ସେପ୍ଟେମ୍ବରରୁ ଲାଗୁ ହେବ।