ପ୍ରମୂଖ ଖବର
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଆମେରିକାର ପୋଲ୍‌ ଖୋଲିଲା ଏହି ରିପୋର୍ଟ, ଇରାନ୍‌ର କେବଳ ଗୋଟିଏ ପରମାଣୁ ଘାଟି ହୋଇଥିଲା ଧ୍ବଂସ

Published By : Tapas Panda | July 17, 2025 10:13 PM

Image Courtesy: navbharattimes

ନୂଆଦିଲ୍ଲୀ: ଜୁନରେ ଆମେରିକା ଇସ୍ରାଏଲକୁ ସମର୍ଥନ କରି ଇରାନ ଯୁଦ୍ଧରେ ସାମିଲ ହୋଇଥିଲା । ଇରାନ ଉପରେ ପ୍ରବଳ ଆକ୍ରମଣ କରିଥିଲା ଇରାନ। ଆମେରିକା ବଙ୍କର ବଷ୍ଟର ବୋମା ପକାଇ ଇରାନର ତିନୋଟି ପରମାଣୁ ସ୍ଥାନକୁ ଟାର୍ଗେଟ କରିଥିଲା । ଏହି ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ, ଇରାନର ତିନୋଟି ପରମାଣୁ ସ୍ଥାନକୁ ପ୍ରବଳ କ୍ଷତି ପହଞ୍ଚିଛି । କିନ୍ତୁ ଏବେ ପ୍ରକାଶ ପାଇଥିବା ରିପୋର୍ଟ ଆମେରିକାର ପୋଲ୍‌ ଖୋଲି ଦେଇଛି । ରିପୋର୍ଟ ଅନୁସାରେ, ଆମେରିକୀୟ ଆକ୍ରମଣରେ ଇରାନର ତିନୋଟି ପରମାଣୁ ସ୍ଥାନ ମଧ୍ୟରୁ କେବଳ ଗୋଟିଏ କ୍ଷତିଗ୍ରସ୍ତ ହୋଇଥିଲା ।

ଏନବିସି ନ୍ୟୁଜ ଆମେରିକା ସରକାର ଏକ ଆକଳନକୁ ନେଇ ରିପୋର୍ଟ କରିଛି ଯେ, ଗତ ମାସରେ ଇରାନର ପରମାଣୁ ସ୍ଥାନ ଉପରେ ହୋଇଥିବା ଆକ୍ରମଣରେ ତିନୋଟି ସ୍ଥଳ ମଧ୍ୟରୁ କେବଳ ଗୋଟିଏ ନଷ୍ଟ ହୋଇଥିଲା । ଏହି ଆକ୍ରମଣ ଯୋଗୁଁ ସେଠାରେ ଇରାନ୍‌ର ପରମାଣୁ କାର୍ଯ୍ୟକ୍ରମ ବହୁ ପଛକୁ ଚାଲିଯାଇଛି । ଆମେରିକାର କେନ୍ଦ୍ରୀୟ କମାଣ୍ଡ ଇରାନ ଉପରେ ଆକ୍ରମଣ କରିବା ପାଇଁ ଏକ ଅଧିକ ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିଲା । କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ।  

ରିପୋର୍ଟ ଅନୁଯାୟୀ, ଇରାନ ଉପରେ ଆମେରିକାର ଆକ୍ରମଣରେ ତିନୋଟି ପରମାଣୁ ଘାଟି ମଧ୍ୟରୁ ଗୋଟିଏ ପ୍ରାୟ ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିଲା । ଅନ୍ୟ ଦୁଇଟି ପରମାଣୁ ଘାଟିକୁ ଇରାନ ମରାମତି କରିପାରିବ ଏବଂ ଆଗାମୀ କିଛି ମାସ ମଧ୍ୟରେ ଏଠାରେ ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କରିପାରିବ । ରିପୋର୍ଟରୁ ସ୍ପଷ୍ଟ ଯେ, ଟ୍ରମ୍ପଙ୍କ ଦାବି ଅନୁଯାୟୀ ଆମେରିକାର ଆକ୍ରମଣ ସେତେ ସଫଳ ହୋଇନଥିଲା । ଆମେରିକାର କେନ୍ଦ୍ରୀୟ କମାଣ୍ଡ ଇରାନ ଉପରେ ଆକ୍ରମଣ କରିବା ପାଇଁ ଏକ ଲମ୍ବା ଯୋଜନା ପ୍ରସ୍ତୁତ କରିଥିଲା। ଏଥିରେ, ଇରାନରେ ଗୋଟିଏ ରାତି ପରିବର୍ତ୍ତେ କିଛି ସପ୍ତାହ ପାଇଁ ଆକ୍ରମଣ କରାଯାଇଥାନ୍ତା । କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଯୋଜନା ପସନ୍ଦ ବସିନଥିଲା ।  ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ତାଙ୍କ ବୈଦେଶିକ ନୀତିରେ ଫିଟ୍ ହେଉନଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.