ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ତୈଳ ଉତ୍ପାଦନ ବଢ଼ାଇବ ଓପେକ୍‌+

Published By : Anindita Ratha | May 4, 2025 2:25 PM

ନୂଆଦିଲ୍ଲୀ,୩ା୫(ଏଜେନ୍ସି): ଲଗାତର ଦ୍ୱିତୀୟ ମାସ ପାଇଁ ପେଟ୍ରୋଲିୟମ ରପ୍ତାନିକାରୀ ରାଷ୍ଟ୍ର ସଂଘ ଅଶୋଧିତ ତୈଳ ଉତ୍ପାଦନ ବଢ଼ାଇବା ପାଇଁ ରାଜି ହୋଇଛି । ଜୁନ୍‌ ମାସରେ ଦୈନିକ ଉତ୍ପାଦନକୁ ୪୧୧,୦୦୦ ବ୍ୟାରେଲ୍‌ ବଢ଼ାଇବ ଓପେକ୍‌+ । ତୈଳ ଦର ହ୍ରାସ ଏବଂ ଦୁର୍ବଳ ଚାହିଦା ଆଶଙ୍କା ସତ୍ତେ୍ୱ ଏ ନିଷ୍ପତ୍ତି ନିଆଯାଇଛି । ଏକ ଅନ୍‌ଲାଇନ୍‌ ବୈଠକ ପରେ ଗ୍ରୁପ୍‌ ପକ୍ଷରୁ ଯୋଗାଣ ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି । 

ଓପେକ୍‌+ ପ୍ରକାଶ କରିଛି ଯେ, ତୈଳ ବଜାରର ମୂଳଦୂଆ ମଜଭୁତ ରହିଛି । ଉତ୍ପାଦନ ବଢ଼ାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆହ୍ୱାନ ମଧ୍ୟ ଏ ନିଷ୍ପତ୍ତିର ଅନ୍ୟ ଏକ କାରଣ ହୋଇପାରେ । ଚଳିତ ମାସରେ ଟ୍ରମ୍ପ ସାଉଦି ଆରବ ଗସ୍ତରେ ଯିବେ । ସୂଚନାଯୋଗ୍ୟ, ଓପେକ୍‌+ ପକ୍ଷରୁ ମେ’ରେ ଆବଶ୍ୟକତାଠାରୁ ଅଧିକ ଉତ୍ପାଦନ ବୃଦ୍ଧି ଘୋଷଣା କରାଯିବା ପରେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ଏପ୍ରିଲରେ ୬୦ ଡଲାର ତଳକୁ ଖସିଆସିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.