ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ରାଜଧାନୀରେ ଅପରାଧୀଙ୍କ ଉତ୍ପାତ, ଥମୁନି ସଂଗଠିତ ଅପରାଧ, ବଳାତ୍କାର ଓ ହଣାକଟା

Published By : Rasmita Pradhan | November 6, 2024 8:49 AM

ଭୁବନେଶ୍ୱର, ୦୬/୧୧ : ପଳାଶପଲ୍ଲୀର ଲେନ୍‌ ନଂ-୭ । ହାଇ ସିକ୍ୟୁରିଟି ଜୋନ୍‌ । ତଥାପି ଡରିଲେନି ଦୁର୍ବୃତ୍ତ । ସୋମବାର ରାତି ୧୦ଟାରେ ସମାଜସେବୀ ଶିବ ଶ୍ରୀଚନ୍ଦନକୁ ଗୋଡ଼ାଇ ହାଣିଲେ । ଏବେ ଶିବ ଏମ୍ସ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଦୀପାବଳୀ ରାତିରେ ଅଶାନ୍ତ ହୋଇ ଉଠିଥିଲା ସହିଦନଗର । ଚାନ୍ଦିଭଣ୍ଡାର ନିକଟ ଗୋଶାଳାରେ ୨ ଗୋଷ୍ଠୀ ଭିତରେ ହଣାକଟା ଚାଲିଲା । ୩ ଆହତ ହେଲେ । ଆକ୍ରମଣକାରୀ ଗୋଷ୍ଠୀର ଆତଙ୍କ ଏତିକିରେ ଥମିଲାନି । ପ୍ରତିଶୋଧ ଲକ୍ଷ୍ୟରେ ତା’ପରଦିନ ସନ୍ଧ୍ୟାରେ ୱିନର୍ସ ଆସୋସିଏସନ କ୍ଲବ ସାମ୍ନାରେ ବୋମା ଫିଙ୍ଗିଲେ । 

ଅକ୍ଟୋବର ୨୯ରେ ନୂଆପଲ୍ଲୀ ଅଞ୍ଚଳରୁ ଜଣେ ୧୭ ବର୍ଷୀୟ ନାବାଳିକାକୁ ଫୁସୁଲାଇ ପଟିଆସ୍ଥିତ ଏକ ଓୟୋ ହୋଟେଲକୁ ନେଇଗଲେ । ନିଶାଯୁକ୍ତ ଥଣ୍ଡାପାନୀୟ ପିଆଇ ନାବାଳିକାକୁ ୪ଜଣ ଗଣବଳାତ୍କାର କଲେ । ଏମିତିକି ବଳାତ୍କାର ବେଳର ଭିଡିଓ ଉତ୍ତୋଳନ କରି ନାବାଳିକାର ମା’କୁ ବ୍ଲାକମେଲିଂ କରିବାକୁ ପଛାଇଲେନି । ଏହା ହେଉଛି ରାଜଧାନୀରେ ସପ୍ତାହକ ଭିତରେ ଘଟିଥିବା ୩ଟି ଅପରାଧର ପୃଷ୍ଠଭୂମି । କିନ୍ତୁ ଗଲା କିଛି ଦିନ ଧରି ରାଜଧାନୀର ଆଇନ୍‌ଶୃଙ୍ଖଳା ପୂରା ଢିଲା ହୋଇଯାଇଛି । ବେଲଗାମ୍‌ ହୋଇପଡି଼ଛନ୍ତି ଅପରାଧୀ । 

କମିଶନରେଟ ପୁଲିସର ନୂଆ ଟିମ୍‌କୁ ଖୋଲାଖୋଲି ଚାଲେଞ୍ଜ ଦେଉଛନ୍ତି । ପ୍ରତିଦିନ କିଛି ନା କିଛି ଅପରାଧ ଘଟୁଛି । ଲୁଟ୍‌, ଛିନ୍‌ତାଇ ମାମୁଲି ଘଟଣା ହୋଇଗଲାଣି । ପୁଣି ମାତିଲେଣି ଆପାର୍ଟମେଣ୍ଟ ଚୋର । ମାସକ ଭିତରେ ପାଖାପାଖି ଡଜନେ ଆପାର୍ଟମେଣ୍ଟରେ କଳାକନା ବୁଲାଇଲେଣି । ଭୟର ବାତାବରଣ ସୃଷ୍ଟି କଲେଣି ଅପରାଧୀ । ଅକ୍ଟୋବର ୧୭ରେ କଳିଙ୍ଗ ଷ୍ଟାଡିୟମ ଛକରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାଶ ଓ ତାଙ୍କ ସ୍ତ୍ରୀଙ୍କୁ ୨ ଯୁବକ ପ୍ରଚୁର ମଦ ପିଇ ଅଶ୍ଲୀଳ ଇଙ୍ଗିତ କରିଥିଲେ । ଟ୍ରାଫିକ୍‌ ପୋଷ୍ଟରେ କାର୍ଯ୍ୟରତ ପୁଲିସ କନଷ୍ଟେବଳ ନିରବଦ୍ରଷ୍ଟ୍ରା ସାଜିଥିଲେ । ନବମ ଶ୍ରେଣୀର ୨ ଛାତ୍ରୀଙ୍କୁ ଅପହରଣ କରି ଗଞ୍ଜାମ ଭଞ୍ଜନଗରରେ ବଳାତ୍କାର, ଭରତପୁର ସାମପୁରରେ ନିଶ୍ଚେତକ (ଆନାସ୍ଥେସିଆ) ଓଭରଡୋଜ୍‌ ଦେଇ ମହିଳାଙ୍କୁ ହତ୍ୟା, ମେଣ୍ଢାଶାଳରେ ଯୁବକକୁ ହତ୍ୟା କରିବା ଭଳି ଅପରାଧ ପୁଲିସର ମେରୁଦଣ୍ଡକୁ ଦୋହଲାଇ ଦେଇଛି ।

ସ୍ଥିତି ଏମିତି ହେଲାଣି ଯେ ମାତାଲ ମହିଳା ଥାନା ଭିତରେ ପଶି ହଙ୍ଗାମା କରୁଛନ୍ତି । ସେପ୍ଟେମ୍ବର ଶେଷ ବେଳକୁ କମିଶନରେଟ ପୁଲିସର ନବକଳେବର ହୋଇଥିଲା । ପୁଲିସ କମିଶନରଙ୍କ ସମେତ ଭୁବନେଶ୍ୱର ଓ କଟକ ୟୁପିଡିର ଡିସିପି ନୂଆ ଚେହେରା ମିଳିଥିଲା । ତା’ ପରଠୁ ସତେ ଯେମିତି ଅପରାଧୀ ଗୋଷ୍ଠୀ ଉପରମୁହାଁ ହୋଇ ପଡ଼ିଛନ୍ତି । ଆସନ୍ତା ୨୯ ତାରିଖରୁ ରାଜଧାନୀରେ ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସମ୍ମେଳନ ଆରମ୍ଭ ହେଉଛି । ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳରୁ ୧୬୦ ଜଣ ବରିଷ୍ଠ ଆଇପିଏସ୍‌ ଭୁବନେଶ୍ୱର ମୁହାଁ ହେବେ । ୩ ଦିନ ଧରି ରହିବେ । ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ବି ଯୋଗଦେବେ । ଏବେଠୁ ରାଜଧାନୀରେ ବିଗିଡି଼ଥିବା ଆଇନ୍‌ଶୃଙ୍ଖଳାରୁ ନ ସୁଧାରିଲେ, ସେତେବେଳକୁ କମିଶନରେଟ୍‌ ପୁଲିସର ଛବି ମଳିନ ପଡି଼ବା ଆଶଙ୍କା ଅଛି । 

ପୁଲିସର ମୂଳମନ୍ତ୍ର ହେଉଛି ଭିଜିବୁଲ ପୁଲିସିଂ । ପାର୍ବଣ ପୂର୍ବରୁ ପ୍ରତିଦିନ ବ୍ଲକିଂ ଚେକିଂ ହେଉଥିଲା । ମଦ୍ୟପ ଧରପଗଡ଼ ଅଭିଯାନ ଜୋର୍‌ଦାର ଚାଲୁଥିଲା । କିନ୍ତୁ କିଛି ଦିନ ହେଲା, ସହରରେ ବ୍ଲକିଂ ଚେକିଂ ହଜିଗଲାଣି । ରାସ୍ତାରୁ ପୁଲିସ ଉଭେଇ ଗଲେଣି । ଅବସରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସଞ୍ଜୀବ୍‌ ମାରିକ କହିଛନ୍ତି, ଯେମିତି ଜଙ୍ଗଲ ଭିତରେ ମୟୂର ନାଚିଲେ, କେହି ଦେଖିପାରିବେନି । ସେହିପରି ପୁଲିସ ଘରେ ବସି ରହିଲେ, ଅପରାଧୀଙ୍କ ମନରେ ଭୟ ରହିବନି । ପୁଲିସ ନିହାତି ଭାବେ ସକ୍ରିୟ ହେବା କଥା । ସହରରେ ପାଟ୍ରୋଲିଂ ଓ ବ୍ଲକିଂ ଚେକିଂକୁ କଡ଼ାକଡି଼ କରାଯାଉ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.