ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

କୋରାପୁଟରେ ଅପରେସନ୍‌ ଗ୍ରୀନ୍‌ କ୍ଳିନ୍‌, ୫୧ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

Published By : Harapriya Sethi | December 7, 2024 11:12 AM

ଲମତାପୁଟ,୦୭/୧୨: ପୋଲିସ ପୁଣି କଡା ପଦକ୍ଷପ ନେଇ ଜାରି ରଖିଛି ଅପରେସନ ଗ୍ରୀନ୍‌ କ୍ଳିନ୍‌ । ପାଡୁଆ ପୋଲିସ ଏବଂ କୋରାପୁଟ ଅବକାରୀ ବିଭାଗର ମିଳିତ ଭାବେ ପାଡୁଆ ଥାନା ଅଧୀନ ପାନ୍ତୁଲୁଙ୍ଗ ପଞ୍ଚାୟତ ସିରିଆପାଲି ଓ ଅଣ୍ଡରୁଗୁଡା ଗ୍ରାମ ନିକଟରେ ସ୍ଥାନୀୟ ମାଜିଷ୍ଟେଟଙ୍କ ଉପସ୍ଥିତିରେ ପ୍ରାୟ ୫୧ ଏକର ଜମିରୁ ପ୍ରାୟ ୭୧, ହଜାର ୪ ସହ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଗୋଇନ୍ଦା ସୂଚନାକୁ ଆଧାର କରି କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅପରେସନ ଗ୍ରୀନ୍‌ କ୍ଳିନ୍‌ ଜାରି ରହିଛି ।

ଏହି ଅଞ୍ଚଳଟି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସୀମାନ୍ତ ଅଞ୍ଚଳ ହୋଇଥିବା ବେଳେ ଗ୍ରାମକୁ ଲାଗି ରହିଛି ଜଲାପୁଟ ଜଳ ଭଣ୍ଡାର । ପାଣି ସୁବିଧା ଥିବାରୁ ଏହି ଅଞ୍ଚଳରେ ବେଧଡକ ଭାବେ ଗଞ୍ଜେଇ ଚାଷ କରାଯାଇଛି । ଚାଷୀଙ୍କ ସଚେତନତା ଅଭାବରୁ ଏଠି ଦୀର୍ଘ ବର୍ଷ ଧରି ଚାଷୀ ଗଞ୍ଜେଇ ଚାଷ କରୁଛି । ପୂର୍ବରୁ ଏହି ଅଞ୍ଚଳ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଆଇ ଆର୍.ବି.ଏନ୍ ଫୋର୍ସ, ଜଙ୍ଗଲ ବିଭାଗ, ପାଡୁଆ ପୋଲିସ ଏବଂ କୋରାପୁଟ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ସକାଳ ୯ ଟା ଠାରୁ ଆରମ୍ଭ ହୋଇ ଅପରେସନ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ଗଞ୍ଜେଇ ଚାଷ ଜଙ୍ଗଲ ଜମି ନା ବ୍ୟକ୍ତିଗତ ଜମିରେ ଚାଷ କରାଯାଇଛି, ତାହା ସ୍ଥାନୀୟ ଆରଆଇଙ୍କ ରିପୋର୍ଟ ମିଳିବା ପରେ ଜଣାପଡିବ । ଯଦି ସେହି ଜମି ମାଲିକାନା ଜମି ହୋଇଥାଏ, ତେଲେ ସମ୍ପୃକ୍ତ ଜମି ମାଲିକଙ୍କ ନାମରେ ମାମଲା ରୁଜୁ ହେବା ନେଇ ସୂଚନା ଦେଇଛନ୍ତି ନନ୍ଦପୁର ଏସ୍.ଡି.ପିଓ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.