.କୁକୁର, ବିଲେଇର ବିହୋଇଥିଲା ଗୁଇନ୍ଦାଗିରି
.ରାଷ୍ଟ୍ରପତି ଭବନଡମି ବନାଇ ଚାଲିଥିଲାରିହର୍ସାଲ
. ଅଭିଜ୍ଞ ସିଆଇଏଏଜେଣ୍ଟ ଜୁଟାଇଥିଲେସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ,୦୫/୦୧: ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଗିରଫ ପରେ ଭେନେଜୁଏଲାକୁ କବ୍ଜା କରିଛି ଆମେରିକା । ଡ୍ରଗ୍ସ ତସ୍କରି ଅପରାଧରେ ମାଦୁରୋଙ୍କ ବିରୋଧରେ ଏବେ ମାମଲା ଚାଲିବ । ସୁରକ୍ଷିତ ଭାବେ କ୍ଷମତା ହସ୍ତାନ୍ତରଣ ନ ହେବା ପର୍ଯ୍ୟନ୍ତ ଭେନେଜୁଏଲାରେ ଆମେରିକାର ପ୍ରଭୁତ୍ୱ ବଳବତ୍ତର ରହିବ । ମାଦୁରୋଙ୍କୁ ଧରିବା ପାଇଁ ଆମେରିକାର ସବୁଠୁ ଭୟାନକ ତଥା ସ୍ୱତନ୍ତ୍ର ୟୁନିଟ୍ ‘ଡେଲ୍ଟା ଫୋର୍ସ’କୁ ଦାୟିତ୍ୱ ଦିଆଯାଇଥିଲା । ଆମେରିକାର କେଣ୍ଟକି ସହରରେ ମିଳିତ ସ୍ୱତନ୍ତ୍ର ଅପରେସନ କମାଣ୍ଡ ମାଦୁରୋଙ୍କ ପରିସର ଅର୍ଥାତ ରାଷ୍ଟ୍ରପତି ଭବନର ମଡେଲ୍ ବନାଇ ରିହର୍ସାଲ୍ କରିଥିଲା । ଏହି ମିଶନକୁ ‘ଅପରେସନ ଆବ୍ସୋଲ୍ୟୁଟ୍ ରିଜଲ୍ଭ’ ନାମ ଦିଆଯାଇଥିଲା ।
ପ୍ରଥମେ ଆମେରିକାର ଗୁଇନ୍ଦା ସଂସ୍ଥା ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ) ର ଏକ ସିକ୍ରେଟ୍ ଟିମ୍ ଭେନେଜୁଏଲାରେ ପରିଚୟ ବଦଳାଇ ପଶିଥିଲେ । ଏହି ଟିମ୍ର ଅଭିଜ୍ଞ ଏଜେଣ୍ଟ ସାମିଲ ଥିଲେ । ମାଦୁରୋଙ୍କ ବାବଦରେ ସେମାନେ ଛୋଟ ବଡ଼ ପ୍ରତ୍ୟେକ ତଥ୍ୟ ଏକତ୍ର କରିଥିଲେ । କୁକୁର, ବିଲେଇ ଉପରେ ବି ନଜର ରହିଥିଲା । କାହା ନଜରକୁ ନ ଆସି ମାସ ମାସ ଧରି କାରାକାସ୍ ଗଳିକନ୍ଦିରେ ଲୁଚି ରହିଥିଲେ ଏଜେଣ୍ଟ । ସେମାନେ ପ୍ରତ୍ୟେକ ଦିନ ମାଦୁରୋଙ୍କ ଗତିବିଧି ଟ୍ରାକ୍ କରିଥିଲେ । ସକାଳେ କେଉଁଠାକୁ ଯାଉଛନ୍ତି, କ’ଣ ଖାଉଛନ୍ତି, କାହାକୁ ଭେଟୁଛନ୍ତି ଇତ୍ୟାଦି । ରାଷ୍ଟ୍ରପତି ଭବନ ସନ୍ନିକଟ ଅଞ୍ଚଳରେ ଆମେରିକାର ଷ୍ଟିଲ୍ଦ ଡ୍ରୋନ୍ ଉଡ଼ିଥିଲା । ଲୁଚି କରି ଏହା ମାଦୁରୋଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରି ପଠାଉଥିଲା ।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ, ଏହି ମିଶନ ଅତ୍ୟନ୍ତ ବିପଜ୍ଜନକ ଥିଲା । ଧରାପଡ଼ିଥିଲେ ମୃତ୍ୟୁ ନିଶ୍ଚିତ ଥିଲା । ତଥାପି ଏଜେଣ୍ଟମାନେ ସାହସିକତାର ସହ ଦାୟିତ୍ୱ ନିଭାଇଥିଲେ । ଭେନେଜୁଏଲାରେ ଆମେରିକାର ଦୂତାବାସ ୨୦୧୯ରୁ ବନ୍ଦ ରହିଥିବାରୁ ଏମାନଙ୍କୁ କୌଣସି ସହାୟତା ମିଳିବାର ନଥିଲା । ଡେଲ୍ଟା ଫୋର୍ସ ଜାଣିଥିଲା ଯେ ବିବାଦ କିମ୍ବା ଯୁଦ୍ଧ ଭଳି ସ୍ଥିତିରେ ମାଦୁରୋ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ରହି ନ ଥାନ୍ତି । ସେ ପାଳି କରି ୬-୮ଟି ସ୍ଥାନରେ ରହିଥାନ୍ତି । ସେଥିପାଇଁ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଆମେରିକା ଜାଣିପାରି ନ ଥିଲା କି ମାଦୁରୋ ଆଗକୁ କେଉଁଠାରେ ରହିବେ । ଅପରେସନକୁ ବାସ୍ତବତାରେ ପରିଣତ ଲାଗି ଏହି ସୂଚନା ଜାଣିବା ଜରୁରି ଥିଲା ।
ଡେଲ୍ଟା ଫୋର୍ସ ଭଲ ପାଗ ଓ ଏଭଳି ସମୟକୁ ଅପେକ୍ଷା କରିଥିଲା, ଯେମିତି ଆକ୍ରମଣ ବେଳେ ନାଗରିକଙ୍କ ମୃତ୍ୟୁ ଆଶଙ୍କା ନ ଥିବ । ଶେଷରେ ଜାନୁଆରୀ ୩ର ରାତି ପାଣିପାଗ ନିର୍ମଳ ହୋଇଥିଲା । ସନ୍ଧ୍ୟା ୪ଟା ୩୦ରୁ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ସ୍ୱତନ୍ତ୍ର ବିମାନ, ଇଲେକ୍ଟ୍ରୋନିକ ୱାରଫେୟାର ପ୍ଲେନ, ଆର୍ମଡ ରିପର ଡ୍ରୋନ୍, ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ହେଲିକପ୍ଟର ଏବଂ ଫାଇଟର୍ ଜେଟ୍ ଯାତ୍ରା ଆରମ୍ଭ କରିଥିଲା । ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଫ୍ଲୋରିଡାସ୍ଥିତ ମାର୍-ଏ-ଲାଗୋରେ ଥିବା ନିଜ କ୍ଲବରେ ରାତ୍ରିଭୋଜନ କରୁଥିଲେ । ଏଠାରେ କ୍ୟାବିନେଟ୍ ସଦସ୍ୟ ଏବଂ ସହଯୋଗୀ ଉପସ୍ଥିତ ଥିଲେ । ରାତି ୧୦ଟା ୩୦ରେ ଟ୍ରମ୍ପ୍ଙ୍କୁ ଚୂଡ଼ାନ୍ତ ନିର୍ଦ୍ଦେଶ ଦେବା ପାଇଁ ଫୋନ୍ ଆସିଥିଲା । ଟ୍ରମ୍ପ୍ ୧୦ଟା ୪୬ରେ ମଞ୍ଜୁରି ଦେଇଥିଲେ ଏବଂ ରୁମ୍କୁ ଯାଇ ଅପରେସନର ଲାଇଭ୍ ଷ୍ଟ୍ରିମ୍ ଦେଖିଥିଲେ ।