ପ୍ରମୂଖ ଖବର
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସ୍ୱାଭିମାନ ଅଞ୍ଚଳରେ ଅପରେସନ ସବୁଜ ଜହର, ୨ କୋଟି ୨୫ଲକ୍ଷ ଗଞ୍ଜେଇ ଗଛ ପୋଡି ନଷ୍ଟ କଲେ ଅବକାରୀ ବିଭାଗ ଓ ପୋଲିସ

Published By : Gurupada Nath | November 26, 2024 8:53 PM

ମାଲକାନଗିରି, ୨୬/୧୧ : ସ୍ୱାଭିମାନ ଅଞ୍ଚଳରେ ଅପରେସନ ସବୁଜ ଜହର ଦ୍ୱାରା ଆଜି ୨କୋଟି୨୫ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କରିଛନ୍ତି ଅବକାରୀ ବିଭାଗ ଓ ଥାନା ପୋଲିସ । ଏକଦା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ମାଓଗଡ଼ ଭାବେ ପରିଚିତଥିଲା । ସେ ଅଞ୍ଚଳକୁ ଦିନରେ ସାଧାରଣ ଲୋକ କିମ୍ବା ପୋଲିସ ଯିବାକୁ ଭୟ କରୁଥିଲେ । ପୁଲିସ ଓ ବିଏସଏଫ ଯବାନଙ୍କ ଦ୍ୱାରା ମାଓ ଦମନ ଅଭିଯାନ ଆରମ୍ଭ ହୋଇ ଅପରେସନ ଗ୍ରୀନହଣ୍ଟ ଦ୍ୱାରା ମାଓବାଦୀଙ୍କୁ ନିପାତ କରାଗଲା । ଏବେ ମାଓ ସମସ୍ୟା ଦୂର ହେବା ପରେ ଗଞ୍ଜେଇ ଚାଷ ମୂଳ ପୋଛ ପାଇଁ ଆରମ୍ଭ ହୋଇଛି ଅପରେସନ ସବୁଜ ଜହର।

ଆଜି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଯୋଡାଆମ୍ବ ଥାନା ନିକଟବର୍ତ୍ତୀ ପଲାସପଦର ଗ୍ରାମ ଜଙ୍ଗଲ ଉପରେ ଯୋଡାମ୍ବ ଥାନା ପୁଲିସ ଓ ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ତରଫରୁ ମିଳିତ ଭାବେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ୧୫ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ୨୨,୫୦୦ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଛି।

ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ପଚିଶ ଲକ୍ଷ ଟଙ୍କା ହେବ । ଏ ନେଇ ଅବକାରୀ ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଗଞ୍ଜେଇ ଚାଷ ହୋଇଥିବା ଜମିର ଯାଞ୍ଚ କରାଯାଇ ରିପୋର୍ଟ ଦେବାକୁ ରାଜସ୍ବ ବିଭାଗକୁ ଅନୁରୋଧ କରାଯାଇଛି । ରିପୋର୍ଟ ମିଳିବା ପରେ ଅବକାରୀ ଓ ପୁଲିସ ବିଭାଗ ତରଫରୁ ଚାଷୀକୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡା କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.