ଫିରିଙ୍ଗିଆ୧୩/୧୧ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ କାରବାରକୁ ସମୂଳେ ବିନାଶ କରିବା ପାଇଁ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅପରେସନ ନୀଳ ଜହର ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟ ପୋଲିସ ମୁଖିଆଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପୋଲିସ ମୁଖିଆଙ୍କ ପ୍ରତକ୍ଷ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଅପରେସନ ନୀଳ ଜହର ବା ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ ହୋଇଛି । ଏହାର ଅନୁରୂପ ଭାବରେ ଜିଲ୍ଲାର ଗଞ୍ଜେଇ କାରବାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଗୋଛାପଡା ପୋଲିସ ପକ୍ଷରୁ ମଧ୍ୟ ଗୁରୁବାର ଦିନ ଆରମ୍ଭ ହୋଇଛି ଏହି ଅପରେସନ ନୀଳ ଜହର I ତେବେ ଗୁରୁବାର ଦିନ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ୱରେ ଥାନା ଅଧୀନରେ ଥିବା ଲୁଇସିଂ ପଞ୍ଚାୟତର ରୁକପଦରଓ ଭାଟୁଲୁ ଓ କୁମେଲସିଂ ନିକଟବର୍ତ୍ତୀ ଜଙ୍ଗଲ ଜମି ମାନଙ୍କରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଛି I

ତେବେ ଦିତୀୟ ଦିନରେ ବନ ବିଭାଗ, ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀ ମାନେ ସାମିଲ ଥିବା ବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପୃଥ୍ୱୀରାଜ ମହାନନ୍ଦିଆଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଗଛ ଗୁଡିକ କଟାଯାଇଥିଲା I ଅନ୍ୟପଟେ ସୁରକ୍ଷାକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିବା ବେଳେ ଏହି ଗଞ୍ଜେଇ କଟାକୁ ନେଇ ଗୋଛାପଡା ଥାନାରେ 223/25 ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି I