ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କନ୍ଧମାଳରେ ଅପରେସନ୍‌ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ

Published By : Harapriya Sethi | December 14, 2024 8:29 AM

କନ୍ଧମାଳ,୧୪/୧୨: ରାଜ୍ୟରୁ ଗଞ୍ଜେଇକୁ ସମୂଳେ ଧ୍ୱଂସ କରିବା ପାଇଁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବାଲିଗୁଡା ଥାନା ଅଞ୍ଚଳରେ ପୋଲିସ ଅପରେସନ୍‌ ନୀଳ ଜହର ଜାରି ରଖିଛି । ଏହି ଅପରେସନ୍‌ରେ ବାଲିଗୁଡା ଥାନା ଅନ୍ତର୍ଗତ ପରମପାଙ୍ଗା ଗ୍ରାମ ପଞ୍ଚାୟତର ଡୁଙ୍ଗେରୀ ସୁକୁଙ୍ଗିଆ ପାଙ୍ଗୁରମିଲା ଗାଁରେ ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ୧୧୦ଏକର ଅଞ୍ଚଳର ଗଞ୍ଜେଇ ଚାଷକୁ କାଟି ସେଗୁଡିକୁ ପୋଡି ଦେଇଛି ବାଲିଗୁଡା ପୋଲିସ ।

ନୀଳଜହର ବା ଗଞ୍ଜେଇର ପେଣ୍ଠସ୍ଥଳି କୁହାଯାଉଥିବା କନ୍ଧମାଳର ବିଭିନ୍ନ ଥାନା ଅଞ୍ଚଳରେ ବେଧଡକ ଗଞ୍ଜେଇ ଚାଷ ହେଉଛି । ବାହାର ରାଜ୍ୟର ମାଫିଆ ଆଦିବାସୀଙ୍କୁ ହାତକରି ଜଙ୍ଗଲ, ଉପାନ୍ତ ଅଞ୍ଚଳରେ ଚାଷ ଏବଂ ବ୍ୟବସାୟର କାୟା ବିସ୍ତାର କରି ଚାଲିଛନ୍ତି । ଏହାକୁ ରୋକିବାକୁ ବାଲିଗୁଡା ପୋଲିସ ଅପରେସନ୍ ନୀଳଜହର ଦ୍ଵିତୀୟ ଦିନରେ ଏହି ସଫଳତା ପାଇଛି । ପୋଲିସର କାର୍ଯାନୁଷ୍ଠାନ ଫଳରେ ଗଞ୍ଜେଇ ମାଫିଆ ଓ ଚାଷୀ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଏନେଇ ବାଲିଗୁଡା ଥାନାରେ ଏନଡ଼ିପିଏସ ଆକ୍ଟରେ ବେନାମୀ ଚାଷୀ ନାମରେ ମାମଲା ରୁଜୁ ହୋଇଛି । ନୀଳଜହର ଅପରେସନ୍‌ରେ ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଗଞ୍ଜେଇ ଚାଷୀଙ୍କ ଉପରେ ମାମଲା ରୁଜୁ ହେଉ ନଥିବାରୁ ପୋଲିସ ଓ ଅବକାରୀ ବିଭାଗ ଯେତେ ଗଞ୍ଜେଇ ଗଛ କାଟିଲେ ମଧ୍ୟ ଗଞ୍ଜେଇ ଚାଷ ଥମିବାର ନାଁ ନେଉ ନ ଥିବା ଜଣା ପଡିଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.