ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

Operation Sindoor: ପାକିସ୍ତାନରେ ଧମାକା ଭାରତରେ ଫଟାକା, ଅଦିନିଆ ଦୀପାବଳି ପାଳିରେ ଦେଶବାସୀ

Published By : Ankita S | May 7, 2025 9:33 AM

ନୂଆଦିଲ୍ଲୀ,୦୭/୦୫: ପହଲଗାମ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଉପରେ  ରାତି ଅଧିଆ ଏୟାରଷ୍ଚ୍ରାକ୍ କରି ସିନ୍ଦୂରର ବଦଲା ସିନ୍ଦୂରରେ ନେଇଛନ୍ତି ଭାରତୀୟ ସେନା । ପହଲଗାମ ଆତଙ୍କୀ ଆକ୍ରମଣରେ ଯାଇଥିବା ୨୬ ନୀରିହ ଜୀବନର ପ୍ରତିଶୋଧ ନେଇଛନ୍ତି । ଲୁହ-ଲହୁର ହିସାବ ନେଇଛି ଭାରତ । ସଫଳ ହୋଇଛି 'ଅପରେସନ ସିନ୍ଦୂର' । ପାକିସ୍ତାନ ଉପରେ ଭାରତର ଏୟାରଷ୍ଟ୍ରାଇକ୍ ପରେ ସବୁଠି ସେଲିବ୍ରେସନ୍ । ଅଦିନିଆ ଦୀପାବଳି ପାଳିଛନ୍ତି ଦେଶବାସୀ । ପଲ୍ଲୀରୁ ଦିଲ୍ଲୀ ସବୁଠି ସେଲିବ୍ରେସନ୍ ।  'ହିନ୍ଦୁସ୍ତାନ ଜିନ୍ଦାବାଦ' 'ଭାରତ ମାତା କି ଜୟ' ଧ୍ୱନୀରେ କମ୍ପୁଛି ଗଗନ ପବନ । ଭାରତୀୟଙ୍କ ଖୁସିର ଠିକଣା ନାହିଁ ।

ଅଧିକ ପଢନ୍ତୁ...Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ

ପହଲଗାମ ନରସଂହାରର ପ୍ରତିଶୋଧ ଠିକ୍ ୧୨ ଦିନ ପରେ ସେହି ମଙ୍ଗଳବାର ସିନ୍ଦୂରା ଫାଟିବା ଆଗରୁ ନେଇଛି ଭାରତୀୟ ସେନା । ପୁରା ପ୍ଲାନ ସହ ପହଲଗାମର ପ୍ରତିଶୋଧ ନେଇଛି  । ଆତଙ୍କୀଙ୍କ ମୂଳଦୁଆକୁ ଖିନଭିନ୍ କରିଛି । ପାକିସ୍ତାନ ଭିତରେ ପଶି ୯ ଆତଙ୍କୀ ଠିକଣାରେ ପ୍ରଚଣ୍ଡ ମିସାଇଲ ମାଡ଼ କରିଛି । ପାକିସ୍ତାନ ସେନା ଓ ସରକାରଙ୍କ ନିଜ ଭାଙ୍ଗିବା ପୂର୍ବରୁ ନିଦ ହଜିଯାଇଛି ।  ଥରି ଉଠିଛି ପାକ୍‌ ଅଧିକୃତ କାଶ୍ମୀର (ପିଓକେ) ଏବଂ ପାକିସ୍ତାନର କେତେକ ଅଞ୍ଚଳ । ୯୦ ଆତଙ୍କୀ ନିହତ ହୋଇବା ସୂଚନା ମିଳିଛି । 

ଆକ୍ରମଣରେ ଗୋଟିଏ ପରେ ଗୋଟିଏ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି । ସେସବୁ ସ୍ଥାନରେ ଭୟଙ୍କର ଅଗ୍ନି ବିସ୍ଫୋରଣର ଦୃଶ୍ୟ ଦେଖିବାକୁ ମିଳିଛି । ଆତଙ୍କିତ ଲୋକମାନେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଛି । ଅନେକ ଆତଙ୍କୀ କ୍ୟାମ୍ପ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଲସ୍କର-ଏ- ତୋଏବା ଏବଂ ଜୈସ-ଇ-ମହମ୍ମଦ ସଙ୍ଗଠନର ମୁଖ୍ୟାଳୟ ଉପରେ ମାଡ଼ କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ କହିଛନ୍ତି, ‘ଇଟ ଇଜ୍‌ ସେମ୍‌... ଭାରତ ଆକ୍ରମଣ କରିଥିବା ଆମେ ଏବେ ଶୁଣିଲୁ । ଏହା ଶୀଘ୍ର ଶେଷ ହେବ ବୋଲି ଆଶା କରୁଛୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.