ନୂଆଦିଲ୍ଲୀ,୧୦/୦୧: ଅପରେସନ୍ ସିନ୍ଦୂର ମାଡ଼ରେ ଆଣ୍ଠେଇଥିଲା ପାକିସ୍ତାନ । ସିନ୍ଦୂର ପ୍ରହାରରେ ଆତଙ୍କୀସ୍ଥାନକୁ ଧୋଇଥିଲା ଭାରତ । ତେଣୁ ବାଧ୍ୟ ହୋଇ ପାକିସ୍ତାନ ତାର ସୈନ୍ୟ ଏବଂ ସମ୍ବିଧାନ ପ୍ରଣାଳୀକୁ ବଦଳାଇଥିଲା । ପାକିସ୍ତାନର ସାମ୍ବିଧାନିକ ସଂଶୋଧନ ଏହାର ପ୍ରମାଣ ଯେ ଏହି ଅଭିଯାନ ତାକୁ ଗଭୀର କ୍ଷତି ପହଞ୍ଚାଇଛି । ପୁଣେ ପବ୍ଲିକ ପଲିସି ଫେଷ୍ଟିଭାଲରେ ଯୋଗ ଦେଇ ଏମିତି କହିଛନ୍ତି ଦେଶର ଚିଫ୍ ଅଫ୍ ଡେଫେନ୍ସ ଷ୍ଟାଫ୍ ଅନୀଲ ଚୌହାନ ।
ସିଡିଏସ୍ ସ୍ପଷ୍ଟ କରିଛନ୍ତି କି, ଅପରେସନ୍ ସିନ୍ଦୂର ବର୍ତ୍ତମାନ 'ପଞ୍ଚ'ରେ ରହିଛି । ଏହା ପାକିସ୍ତାନର ତ୍ରୁଟି ଏବଂ ସୈନ୍ୟ ଦୁର୍ବଳତାକୁ ପଦାରେ ପକାଇଛି । ପାକିସ୍ତାନ ଏହାର ସମ୍ବିଧାନର ଧାରା ୨୪୩ ସଂଶୋଧନ କରି ଯୁଗ୍ମ ମୁଖ୍ୟ ଷ୍ଟାଫ କମିଟିର ଅଧ୍ୟକ୍ଷ ପଦବୀକୁ ରଦ୍ଦ କରିଛି । ଏହି ପଦବୀରେ ତିନି ସଶସ୍ତ୍ର ବାହିନୀ ମଧ୍ୟରେ ଉତ୍ତମ ସମନ୍ବୟକୁ ସୁଗମ କରିବା ପାଇଁ ସୃଷ୍ଟି କରାଯାଇଥିଲା । ଏହା ସ୍ଥାନରେ ପ୍ରତିରକ୍ଷା ବାହିନୀ ମୁଖ୍ୟଙ୍କ ନୂଆ ପଦବୀ ତିଆରି କରାଯାଇଛି । ପ୍ରତିରକ୍ଷା ବାହିନୀ ମୁଖ୍ୟ ପଦବୀ କେବଳ ସେନା ମୁଖ୍ୟଙ୍କ ସୁପାରିଶରେ ଗଠିତ ହେବ ଯାହା ସଂଯୁକ୍ତାର ଭାବନା ବିରୋଧ ଏବଂ ଶାନ୍ତି କେନ୍ଦ୍ରୀକରଣକୁ ଦର୍ଶାଉଛି । ଏବେ ପାକିସ୍ତାନ ସେନାମୁଖ୍ୟ କେବଳ ସ୍ଥଳ ସାମରିକ ଅଭିଯାନ ପାଇଁ ଦାୟୀ ରହିବେ ନାହିଁ ବଂର ନୌସେନା, ବାୟୁସେନା ଏବଂ ପରମାଣୁ ଏବଂ ରଣନୈତିକ ମାମଲା ଉପରେ ମଧ୍ୟ ତାଙ୍କର ନିୟନ୍ତ୍ରଣ ରହିବ ଯାହା କ୍ଷମତାର କେନ୍ଦ୍ରୀକରଣ ଦିଗରେ ବଡ଼ ପଦକ୍ଷେପ ।''
କହି ରଖୁଛୁ କି, ଗତବର୍ଷ ଏପ୍ରିଲରେ ପହଲଗାମର ବୈସରନ ଘାଟିରେ ଆତଙ୍କବାଦୀ ହମଲା ହୋଇଥିଲା । ଯେଉଁଥିରେ ୨୬ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାକୁ ଅପରେସନ୍ ସିନ୍ଦୂର ଲଞ୍ଚ କରିଥିଲା ଭାରତୀୟ ସେନା । ମେ ୬ ଏବଂ ୭ ତାରିଖ ବିଳମ୍ବିତ ରାତିରେ ଅପରେସନ୍ ସିନ୍ଦୂର ଲଞ୍ଚ କରି ପିଓକେ ସମେତ ୯ ଆତଙ୍କୀ ଆଡ୍ଡାରେ ଆକ୍ରମଣ କରିଥିଲା । ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କୀ ନିପାତ ହୋଇଥିଲେ । ଅପରେସନ୍ ସିନ୍ଦୁର ଭାରତକୁ ଉଚ୍ଚ ପ୍ରତିରକ୍ଷା ସଂଗଠନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ଷମ ଶିକ୍ଷା ପ୍ରଦାନ କରିଛି । ଉରି ସର୍ଜିକାଲ୍ ଷ୍ଟ୍ରାଇକ୍, ଡୋକଲାମ୍, ଗାଲୱାନ୍ ଏବଂ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରି ଆକ୍ସନରୁ ଅଭିଜ୍ଞତା ହାସଲ କରି ଭାରତ ଏକ ଷ୍ଟ୍ରେଟ୍ ଜ୍ୟାକେଟେଡ୍ ଜଏଣ୍ଟ ଥିଏଟର କମାଣ୍ଡ ସିଷ୍ଟମ୍ ଆଡକୁ ଅଗ୍ରସର ହେଉଛି । ଏହି ସିଷ୍ଟମ୍ ମେ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ସିଡିଏସ୍ ।