ପ୍ରମୂଖ ଖବର

Opreation Sindoor: ଏବେ ବି ଜାରି ଅପରେସନ୍ 'ସିନ୍ଦୂର', ଭାରତୀୟ ବାୟୁସେନା ଦେଲା ବଡ଼ ସୂଚନା

Published By : Ankita S | May 11, 2025 1:11 PM

ନୂଆଦିଲ୍ଲୀ,୧୧/୦୫: ଅସ୍ତ୍ରବିରତି ପରେ ଭାରତୀୟ ବାୟୁସେନାର ବଡ଼ ବୟାନ । ଅପରେସନ୍ 'ସିନ୍ଦୂର' ଏବେ ବି ଜାରି ରହିଛି । ନିଜ କାର୍ଯ୍ୟକୁ ବାୟୁସେନା ସଫଳତାର ସହ ସମାପନ କରିଛି । ସମନ୍ୱିତ, ସୁଚିନ୍ତିତ ଭାବେ ଅପରେସନ୍ ଏବେ ବି ଜାରି ଥିବା ନେଇ ବଡ଼ ସୂଚନା ଦେଇଛି ଭାରତୀୟ ବାୟୁସେନା ।

ଅପରେସନ୍ 'ସିନ୍ଦୂର' ଜାରି ରହିଛି । ନିଜ କାର୍ଯ୍ୟକୁ ବାୟୁସେନା ସଫଳତାର ସହ ସମାପନ କରିଛି । ଅପରେସନ୍‌ର ଲକ୍ଷ୍ୟ ହାସଲ ହୋଇଛି । ସମନ୍ବିତ, ସୁଚିନ୍ତିତ ଭାବେ ଅପରେସନ ଏବେ ବି ଜାରି ରହିଛି । ସମୟ ଆସିଲେ ବିସ୍ତୃତ ବିଫ୍ରିଙ୍ଗ ଦିଆଯିବ । ଏ  ନେଇ ବଡ଼ ସୂଚନା ଦେଇଛି ଭାରତୀୟ ବାୟୁସେନା । ଏହା ସହିତ ସମସ୍ତ ଗୁଜବ ଓ ମିଥ୍ୟା ଖବରରୁ ଦୂରେଇ ରହିବାକୁ ଅପିଲ୍ କରିଛନ୍ତି । ଆମେରିକାର ମଧ୍ୟସ୍ଥତାରେ ଶନିବାର ଅସ୍ତ୍ରବିରତି ଘୋଷଣା ହୋଇଥିଲା । ଟ୍ରମ୍ପଙ୍କ ଚାପରେ ନଇଁଥିଲା ପାକିସ୍ତାନ । ଭାରତର ପ୍ରଚଣ୍ଡ ଆକ୍ରମଣରେ ଭୟଭୀତ ହୋଇ ତୁରନ୍ତ ଯୁଦ୍ଧ ବନ୍ଦ ଲାଗି ଆମେରିକା ମଧ୍ୟସ୍ଥତାରେ ପ୍ରସ୍ତାବ ଦେଇଥିଲା ।ଆସନ୍ତାକାଲି ପୁଣି ଡିଜିଏମ୍ଓ ବୈଠକ ବସିବ ।


ଏହା ବି ପଢନ୍ତୁ...'ଆତଙ୍କବାଦୀଙ୍କ ଉପରେ ଆକ୍ସନ ଦରକାର ଥିଲା'; ଯୁଦ୍ଧବିରତି ପରେ ଚୀନକୁ ସିଧା କହିଲେ NSA ଡୋଭାଲ୍

ସେନାମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା- ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ପିଏମ୍ ବାସଭାବନରେ ବଡ଼ ବୈଠକ ବସିଛି । ୩ ସେନାମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରେସନ୍ 'ସିନ୍ଦୂର'କୁ ଅସ୍ତ୍ରବିରତି ପରର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ ସେନାମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ଏନଏସଏ ଅଜିତ୍ ଡୋଭାଲ, ସିଡିଏସ ଅନୀଲ ଚୌହାନ ଉପସ୍ଥିତ ଅଛନ୍ତି । ଗତକାଲି ପାକିସ୍ତାନ ସହ ଅସ୍ତ୍ରବିରତି ପରେ ନୂଆଦିଲ୍ଲୀ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ବୈଠକ ଚାଳିଛି । ଅସ୍ତ୍ରବିରତି ପରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବାକୁ କିଛି ବଡ଼ ଅପଡେଟ୍ ଆସିବା ନେଇ ସମ୍ଭାବନା ରହିଛି । କାରଣ ଗତକାଲି ଅସ୍ତ୍ରବିରତି ପରେ ବି ପାକିସ୍ତାନ ପଟୁ ଜମ୍ମୁ କଶ୍ମୀର ସମେତ ଅନେକ ସ୍ଥାନରେ ଡ୍ରୋନ୍ ମାଡ ହୋଇଥିଲା । ଯାହାର  ଜବାବ ଦେଇଥିଲା ଭାରତୀୟ ସେନା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.