ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦଣ୍ଡ ନାଚରେ ଅଶ୍ଳୀଳତା, ଆୟୋଜକ ଗିରଫ

Published By : Prameya | March 30, 2025 12:59 AM

ବ୍ରହ୍ମପୁର : ଦଣ୍ଡନାଚରେ ଅଶ୍ଳୀଳତା ପ୍ରଦର୍ଶନ ଓ ଗଣ୍ଡଗୋଳ ମାମଲାରେ ଟାଉନ୍‌ ଥାନା ପୁଲିସ ଦଣ୍ଡନାଚ ଆୟୋଜକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗାନ୍ଧୀ ନଗରର ଶେଷଦେବ ପାଣିଗ୍ରାହୀ, ସମୀର ମହାରଣା, ଦେବାଶିଷ ମାଝୀ, ସରୋଜ କୁମାର ଗୌଡ, ବିଶାଳ ପାଣିଗ୍ରାହୀ, ସୁଶାନ୍ତ ବେହେରା ଓ ଫୁଲଟାର ବବୁଲ ବିଷୋୟୀ। 

ପରମ୍ପରା ନାମରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା କିମ୍ବା ସୁପ୍ରିମକୋର୍ଟ ନିୟମ ଅବମାନନା କରି ରାତି ୧୦ଟା ପରେ ଉଚ୍ଚ ଶବ୍ଦରେ ମାଇକ୍‌ ବଜାଇଲେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ । ଏଣୁ ଆୟୋଜକ ଯାତ୍ରା ଓ ସାଉଣ୍ଡ ପାଇଁ ସ୍ଥାନୀୟ ପୁଲିସ ଓ ଉପଜିଲ୍ଲାପାଳଙ୍କ ଠାରୁ ସ୍ୱୀକୃତି ପତ୍ର ଆଣିବାକୁ ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌ କହିଛନ୍ତି। 

ସୂଚନା ମୁତାବକ ଗୁରୁବାର ଗାନ୍ଧୀ ନଗର ପ୍ରଥମ ଲାଇନରେ ସ୍ଥାନୀୟ କମିଟି ପକ୍ଷରୁ ଜାମୁନି-ଏ ଗ୍ରୁପର ଦଣ୍ଡନାଚ ଲାଗିଥିଲା । ରାତିରେ ସାମାଜିକ ନାଟକ ପରିବେଷଣ ପୂର୍ବରୁ ମଞ୍ଚରେ ମେଲୋଡି କଳାକାରଙ୍କ ଦ୍ୱାରା ଅଶ୍ଳୀଳ ନୃତ୍ୟ ପରିବେଷଣ ହୋଇଥିଲା । ନୃତ୍ୟ ଦେଖି କିଛି ଦର୍ଶକ ନାଚି ଉଠିଥିଲେ। ଅନ୍ୟ କିଛି ଦର୍ଶକ ଏହାକୁ ବିରୋଧ କରି ବୋତଲ ଫିଙ୍ଗିଥିଲେ । ଯାହାକୁ ଆୟୋଜକ କମିଟି ସଦସ୍ୟ ବାରଣ କରିଥିଲେ। 

ଏହାକୁ ନେଇ ଆୟୋଜକ ଓ ଦର୍ଶକଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବୁଲିଥିଲା। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଟାଉନ୍‌ ଥାନା ପୁଲିସ ଆୟୋଜକ କମିଟିକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.