ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ନାବାଳିକାଙ୍କ ଗର୍ଭନଷ୍ଟ ସଂପର୍କରେ ହାଇକୋର୍ଟଙ୍କ ରାୟ, ସ୍ୱତନ୍ତ୍ର ଏସ୍‌ଓପି ଜାରି କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ

Published By : Prameya | March 4, 2025 9:44 AM

କଟକ,୦୪/୦୩: ନାବାଳିକାଙ୍କ ଗର୍ଭ ନଷ୍ଟ ନେଇ ଥିବା ଆଇନଗତ ପ୍ରତିବନ୍ଧକ ତଥା ପ୍ରାଶାସନିକ ସମସ୍ୟା ଦୂର କରିବା ଉଦ୍ଦେଶ୍ୟରେ ହାଇକୋର୍ଟ  ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବିଭିନ୍ନ କାରଣରୁ ଯେପରି ଅଯଥାରେ ସମୟ ଗଡ଼ିନଯିବ ଓ ପୀଡ଼ିତା ନାବାଳିକାଙ୍କ ଶାରୀରିକ ଓ  ମାନସିକ ସ୍ୱାସ୍ଥ୍ୟ ଠିକ୍‌ ରହିବ ସେଥିପାଇଁ ଗର୍ଭ ନଷ୍ଟ ସଂକ୍ରାନ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକ ଏକ ବିସ୍ତୃତ  ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍‌ଓପି) ଜାରି  କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଏସ୍‌ଓପି ପ୍ରସ୍ତୁତିରେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଏବଂ ସ୍ୱାସ୍ଥ୍ୟ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ହାଇକୋର୍ଟ କହିଛନ୍ତି । ଦୁଷ୍କର୍ମ କାରଣରୁ ଗର୍ଭବତୀ ହୋଇଥିବା ଜଣେ ପୀଡ଼ିତା ନାବାଳିକାଙ୍କ ଗର୍ଭନଷ୍ଟ ପାଇଁ ତାଙ୍କ ବାପାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍‌  ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି । 

ହାଇକୋର୍ଟ ରାୟରେ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ଏସ୍‌ଓପି ପ୍ରସ୍ତୁତ କରିବା ପରେ ରାଜ୍ୟ ସରକାର ଏହାକୁ ବିଜ୍ଞପ୍ତି ଆକାରରେ ପ୍ରକାଶ  କରିବେ। ଏହି ଏସ୍‌ଓପିର କପି ପ୍ରତି ସରକାରୀ ଓ ଘରୋଇ ମେଡିକାଲ୍‌ ସମେତ ଥାନା ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯିବ । ସୁରକ୍ଷିତ ଓ ସହଜରେ ଯେଭଳି ଗର୍ଭନଷ୍ଟ ହୋଇପାରିବ, ଅଯଥାରେ ସମୟ ଅପଚୟକୁ କିଭଳି ରୋକାଯିବ, ଆଇନଗତ ସମସ୍ୟା କିଭଳି ନରହିବ ସେ ସଂପର୍କରେ ଏସ୍‌ଓପିରେ ସ୍ପଷ୍ଟ  ମାର୍ଗଦର୍ଶନ ରହିବ । ପୀଡ଼ିତାଙ୍କ ମାନସିକ ସ୍ଥିତି  ଠିକ୍‌ ରଖିବା ପାଇଁ ମାନସିକ ବିଶେଷଜ୍ଞଙ୍କ ପରାମର୍ଶ  ନିହାତି ନିଆଯିବ । ଏହି ଏସ୍‌ଓପି ଯେମିତି ଠିକ୍‌  ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ  ବିଭାଗ ଏହାର ସମୀକ୍ଷା କରିବ । ଆବଶ୍ୟକସ୍ଥଳେ  ସଂଶୋଧନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇପାରିବ । ଆଗାମୀ ୬ ମାସ ମଧ୍ୟରେ ଏସ୍‌ଓପି ଜାରି କରିବାକୁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ପୀଡ଼ିତାଙ୍କ ବାପା ରୁଜୁ କରିଥିବା ପିଟିସନ୍‌ରେ  ଦର୍ଶାଇଛନ୍ତି ଯେ, ତାଙ୍କ ଝିଅ ୧୩ବର୍ଷର । ସେ  ସିକିଲ୍‌ ସେଲ୍‌ ରୋଗରେ ପୀଡ଼ିତ । ଦୁଷ୍କର୍ମ କାରଣରୁ ତାଙ୍କ ଝିଅ ଗର୍ଭବତୀ । ଦୁଷ୍କର୍ମ ପରେ ଅଭିଯୁକ୍ତ ଧମକଚମକ ଦେବାରୁ ପୀଡ଼ିତା ଏହି ଘଟଣା ସଂକ୍ରାନ୍ତରେ ପରିବାରକୁ ଜଣାଇନଥିଲେ ।  ବିଳମ୍ବରେ ଡାକ୍ତରଙ୍କୁ ଦେଖାଇବାରୁ ଗର୍ଭଧାରଣକୁ ୨୪ ସପ୍ତାହ ଟପି ଯାଇଥିଲା । ଅନ୍ୟପକ୍ଷରେ ଗର୍ଭ  ନଷ୍ଟ ନେଇ ଆଇନଗତ ପ୍ରତିବନ୍ଧକ ଥିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟ  ଏହି ମାମଲାର ଶୁଣାଣି କରି ମେଡିକାଲ୍‌ ବୋର୍ଡ  ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍‌ ପରେ ମେଡିକାଲ୍‌ ବୋର୍ଡ ତୁରନ୍ତ ଗର୍ଭ ନଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । ବୋର୍ଡର ପରାମର୍ଶ ମୁତାବକ ହାଇକୋର୍ଟ ପିଟିସନ୍‌କୁ ଗ୍ରହଣ କରିଛନ୍ତି । ଭବିଷ୍ୟତରେ ଯେପରି ଏଭଳି କ୍ଷେତ୍ରରେ କୌଣସି ଆଇନଗତ ପ୍ରତିବନ୍ଧକ ରହିବ ନାହିଁ ସେଥିପାଇଁ ଏସ୍‌ଓପି ଜାରି କରିବା ଲାଗି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.