ନୂଆଦିଲ୍ଲୀ,୨୨/୦୧: ବଲିଉଡ ଷ୍ଟାର ସାହିଦ କପୁର ପୁଣି ଥରେ ପରଦାରେ ଧମାକା କରିବାକୁ ଯାଉଛନ୍ତି ।  ବହୁ ପ୍ରତୀକ୍ଷିତ ଫିଲ୍ମ "ଓ ରୋମିଓ"ରେ ଆସିବେ ନଜର । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଗତକାଲି ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି । ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିସାରିଛି । ଏଥିରେ ସାହିଦଙ୍କ ଲୁକ ଓ ଅବତାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାହିଦ କପୁର ତାଙ୍କ ଇନଷ୍ଟାଗ୍ରାମରେ 'ଓ ରୋମିଓ' ଫିଲ୍ମର ଟ୍ରେଲର ସେୟାର କରିଛନ୍ତି।'

୩ମିନିଟ ୮ ସେକେଣ୍ଡର 'ଓ ରୋମିଓ' ଟ୍ରେଲରଟି ରୋମାଣ୍ଟିକ ଅନ୍ଦାଜରୁ ଆରମ୍ଭ ହୁଏ । କିନ୍ତୁ ଶୀଘ୍ର ତାହା ଝଗଡ଼ାରେ ପରିଣତ ହୁଏ । ପ୍ରତ୍ୟେକ ସିନରେ ସାହିଦ କପୁର ତାଙ୍କ ଶତ୍ରୁମାନଙ୍କର ବେକ କାଟିବା ଦେଖିବାକୁ ମିଳିଛି। ଏହି ସମୟରେ, ନାନା ପାଟେକର ଶାହିଦ କପୁରଙ୍କୁ ବନ୍ଧୁକ ଦେଖାଇଛନ୍ତି । ତ୍ରିପ୍ତୀ ଡିମ୍ରିଙ୍କ ପ୍ରତି ସାହିଦ କପୁରଙ୍କ ଜୋରଜବରଦସ୍ତ ପ୍ରେମ ମଧ୍ୟ ଦେଖିବାକୁ ମିଳିବ । 

ଆହୁରି ପଢନ୍ତୁ-ମୁଁ ୬୯ ବର୍ଷ ବୟସରେ କାହିଁକି ବାହାହେଲି ?, ପାକିସ୍ତାନୀ ଅଭିନେତ୍ରୀ କହିଲେ ମନର କଥା

ସାହିଦ ଏବଂ ଅଭିନାଶଙ୍କ ମଧ୍ୟରେ ଏହି ଯୁଦ୍ଧ ପ୍ରେମକୁ ନେଇ କି ଅଲଗା କିଛି କାରଣ ରହିଛି ତାହା ଫିଲ୍ମ ଦେଖିବା ପରେ ହିଁ ଜଣାପଡ଼ିବ । "ଓ ରୋମିଓ" ଏକ ଚମତ୍କାର ଆକ୍ସନ୍ ଥ୍ରୀଲର୍ ହେବ ବୋଲି ଆଶା କରାଯାଉଛି । ଏହି ଫିଲ୍ମଟି ଫେବୃଆରୀ ୧୩  ୨୦୨୬ରେ ସିନେମା ହଲରେ ମୁକ୍ତିଲାଭ କରିବ । ଫିଲ୍ମର ରିଲିଜ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ଏହି ଫିଲ୍ମଟି ବିଶାଲ ଭରଦ୍ୱାଜଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯିଏ ରୋହନ ନରୁଲାଙ୍କ ସହ ମିଶି ଏହାକୁ ଲେଖିଛନ୍ତି । ଫିଲ୍ମରେ ତ୍ରିପ୍ତି ଡିମ୍ରି, ନାନା ପାଟେକର, ଅଭିନାଶ ତିୱାରୀ, ଦିଶା ପଟାନି, ଅରୁଣା ଇରାନୀ, ବିକ୍ରାନ୍ତ ମାସି ଏବଂ ତମନ୍ନା ଭାଟିଆ ଭଲି ତାରକା ନଜର ଆସିବେ।