ପଟ୍ଟାଙ୍ଗୀ, ୧୧/୦୪ : ଘାଟୀରେ ୫୦ ଫୁଟ ତଳକୁ ଖସିଲା ଓଏସଆରଟିସି ବସ୍। ୨ ମୃତ ୨୦ରୁ ଉର୍ଦ୍ଧ୍ଵ ଗୁରୁତର। ଶୁକ୍ରବାର ରାତି ୩ଟା ବେଳେ କୋରାପୁଟ ସୁଙ୍କି ଘାଟୀରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

​​​​​​​

ସୂଚନାନୁଯାୟୀ, ଭବାନୀପାଟଣାରୁ ଏକ ଓଏସଆରଟିସି ବସ୍ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୩ଟା ବେଳେ କୋରାପୁଟ ସୁଙ୍କି ଘାଟୀର ଦ୍ଵିତୀୟ ବୁଲାଣିରେ ଏକ ଟ୍ରକକୁ ଧକ୍କା ଦେଇ ୫୦ ଫୁଟ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ଵ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପଟ୍ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ୨ ଜଣଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

ଏହି ଖବରଟିକୁ ପଢନ୍ତୁ- ଆର୍ଟେମିସ୍ -୨ ମିଶନ; ପୃଥିବୀକୁ ଫେରିଲା ନାସା ମହାକାଶଚାରୀ, ସାନ୍ ଡିଏଗୋ ଉପକୂଳରେ ଅବତରଣ