ଭୁବନେଶ୍ୱର,୨୯/୧୦: ଚାରିଧାମ ସହ ବିଭିନ୍ନ ରାଜ୍ୟର ରାଜଧାନୀକୁ ଗଡିବ ବସ୍‌ । ଖୁବ୍‌ଶୀଘ୍ର  ଏନେଇ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ଅନ୍ତଃରାଜ୍ୟ  ବସ୍‌ ସେବାକୁ ତ୍ୱାରନ୍ୱିତ କରିବାକୁ ଯାଉଛି ।  ଏହି ବସ୍‌ ସେବା ଆରମ୍ଭ ହେଲେ ପର୍ଯ୍ୟଟନ  କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ ।  

ଓଏସ୍‌ଆରଟିସି ପକ୍ଷରୁ ନିକଟରେ ୧୨୦ ନୂଆ ବସ୍‌ କିଣା ହୋଇଛି । ସେଥିମଧ୍ୟରୁ ୮୦ ବସ୍‌ ଖଣ୍ଡିଗିରି ଡିପୋରେ ପହଞ୍ଚିଛି । ଏହି ବସ୍‌ ବିଭିନ୍ନ  ରାଜ୍ୟର ରାଜଧାନୀକୁ ଯୋଡ଼ିବ । ପ୍ରାୟତଃ ସବୁ ବସ୍‌ ପୁରୀରୁ ବିଭିନ୍ନ ତୀର୍ଥ କ୍ଷେତ୍ର ସହ ଯୋଡ଼ିହେବ ।  ସେଥିମଧ୍ୟରେ ତାମିଲନାଡୁର ରାମେଶ୍ୱରମ, ଉତ୍ତରାଖଣ୍ଡର ବଦ୍ରିନାଥ  ଓ କେଦାରନାଥ, ଦ୍ୱାରିକା, ଅଯୋଧ୍ୟା,  ବାରନାସୀ, ମହାରାଷ୍ଟ୍ରର ଶିରିଡି,  ଆନ୍ଧ୍ରପ୍ରେଦେଶର ତିରିପତି ଭଳି ତୀର୍ଥ  ସ୍ଥାନକୁ ଏହି ବସ୍‌ ସେବା ଆରମ୍ଭ ହେବ ।  

ସେହିପରି ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର, କଲିକତାକୁ ଅଧିକ ସଂଖ୍ୟକ ବସ୍‌ ଚଳାଇବାକୁ ଓଏସ୍‌ଆରସିଟି  ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା  ଦେଇଛନ୍ତି । ଓଏସ୍‌ଆରସିଟି ପକ୍ଷରୁ  ୮୦ ବସ୍‌ ପହଞ୍ଚିଛି । ପ୍ରାୟ ୧ କୋଟିରୁ  ଅଧିକ ଟଙ୍କାର ଏହି ସବୁ ବସ୍‌ରେ  ଅତ୍ୟାଧୁନିକ ସୁବିଧା ରହିଛି ।  

ଏସବୁ ବସ୍‌ ମାସେରୁ ଅଧିକ  ସମୟ ହେଲା କିଣା ହେଲାଣି । ତେବେ  ରୁଟ୍‌ ପରମିସନ୍‌ ନଥିବାରୁ ବସ୍‌ ସେବା  ଆରମ୍ଭ ହୋଇ ପାରୁନି । ତେଣୁ ଏନେଇ  ଓଏସ୍‌ଆରଟିସି ପକ୍ଷରୁ ଷ୍ଟେଟ୍‌ ଟ୍ରାନ୍ସପର୍ଟ  ଅଥରିଟିକୁ ଚିଠି ଲେଖାଯାଇଛି । ବିଶ୍ୱସ୍ତ  ସୂତ୍ରରୁ ମିଳିଥିବା ସୂଚନା ମୁତାବକ,  ଏହି ବସ୍‌ ସେବା ଖୁବ୍‌ଶୀଘ୍ର ଆରମ୍ଭ  ହେବାକୁ ଯାଉଛି । ଏନେଇ ନିକଟରେ  ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା ।