ଭୁବନେଶ୍ବର,୭/୮ : OTET ପ୍ରଶ୍ନପତ୍ର ଲିକ୍ ମାମଲା । ୨ ଜଣଙ୍କୁ ୨ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଦେଲେ ଅନୁମତି । ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କୁ ୨ଦିନିଆ ରିମାଣ୍ଡ ପାଇଁ କୋର୍ଟ ଦେଲେ ଅନୁମତି । ଉଭୟଙ୍କୁ କ୍ରାଇମବ୍ରାଞ୍ଚ୍ ଦୁଇ ଦିନିଆ ରିମାଣ୍ଡରେ ନେବ । ଆସନ୍ତା ୧୧ ଓ ୧୨ ଏହି ୨ଦିନିଆ ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ।
ସୂଚନାଯୋଗ୍ୟ ଯେ, ଜୁଲାଇ ୨୦ରେ ଅନୁଷ୍ଠିତ ହେବାକୁ ଥିଲା ସ୍ୱତନ୍ତ୍ର ଓଟିଇଟି-୨୦୨୫। ହେଲେ ପରୀକ୍ଷାର ଠିକ ପୂର୍ବଦିନ ରାତିରେ ଅପ୍ରତ୍ୟାଶିତ ଭାବେ ବାତିଲ କରାଯାଇଥିଲା । ଆଉ ଏଭଳି କରିବାର କାରଣ ଥିଲା ପ୍ରଶ୍ନପତ୍ର ଲିକ୍ ହେବା । ତେବେ ଏହି ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। ପ୍ରଥମେ ବୋର୍ଡ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଜିତେନ୍ ମହାରଣାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଏହାପରେ ଶିକ୍ଷକ ପ୍ରଶାନ୍ତ ଖମାରିଙ୍କୁ ମଧ୍ୟ ଗିରଫ କରିଥିଲା। ଆଉ ଏହିକ୍ରମରେ ରବିବାର ବୋର୍ଡର ସଭାପତି ଓ ଉପସଭାପତିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।