କଟକ,୦୨/୦୯: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ ଗିରଫ ହୋଇଥିବା ବୋର୍ଡର ପୂର୍ବତନ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୬ଜଣ ଅଭିଯୁକ୍ତ  ଜାମିନ୍‌ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଛନ୍ତି । ନିମ୍ନ ଅଦାଲତରୁ ଜାମିନ୍‌ ଖାରଜ  ହୋଇଯିବା ପରେ ଆବେଦନକାରୀମାନେ  ହାଇକୋର୍ଟକୁ ଆସିଛନ୍ତି । 

ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ବୋର୍ଡ  ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସମେତ  ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା,  ପ୍ରଶାନ୍ତ କୁମାର ଖମାରି, ବିଜୟ କୁମାର ମିଶ୍ର,  ଜୟନ୍ତ କୁମାର ରାଉତ, ସନାତନ ବିଶୋୟୀ,  ରାମ୍‌ଜୀ ପ୍ରସାଦ ଗୁପ୍ତା, ଅଜୟ ସାହୁ ପ୍ରମୁଖଙ୍କୁ  କ୍ରାଇମ୍‌ବ୍ରାଞ୍ଚ୍‌ ଗିରଫ କରିଥିଲା । ଏହି ଘଟଣାରେ  ଅଭିଯୁକ୍ତମାନେ ନିମ୍ନ ଅଦାଲତରେ ଜାମିନ୍‌  ଆବେଦନ କରିଥିଲେ । ସେଠାରୁ ଜାମିନ୍‌  ଖାରଜ ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।